Advertisment

ଦୁଇ ଡଙ୍ଗା ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଲେ ୬୦ରୁ ଅଧିକ ଯାତ୍ରୀ

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର): ଚିଲିକାରେ ଦୁଇଟି ଯାତ୍ରୀବାହୀ ଡଙ୍ଗା ମଧ୍ୟରେ ଆଜି ଧକ୍କା ହୋଇଛି। ତେବେ ଦୁଇଟି ଯାକ ଡଙ୍ଗାରେ ବସିଥିବା ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଡଙ୍ଗା ଚାଳକକୁ ମିଶାଇ ୩ ଜଣ ଆହତ ହୋଇଥିବା ବେଳେ ୫ଟି ବାଇକ୍ ଭାଙ୍ଗିଛି। ଦୁର୍ଘଟଣାଗ୍ରସ୍ତ ଡଙ୍ଗା ମଧ୍ୟରୁ ଗୋଟିଏ ଜହ୍ନିକୁଦାରୁ ଯାତ୍ରୀ ନେଇ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା। ମହିଁସା କୁଦ ନିକଟରେ […]

author-image
Jitendra Garnayak
ଦୁଇ ଡଙ୍ଗା ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଲେ ୬୦ରୁ ଅଧିକ ଯାତ୍ରୀ

Bike

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର): ଚିଲିକାରେ ଦୁଇଟି ଯାତ୍ରୀବାହୀ ଡଙ୍ଗା ମଧ୍ୟରେ ଆଜି ଧକ୍କା ହୋଇଛି। ତେବେ ଦୁଇଟି ଯାକ ଡଙ୍ଗାରେ ବସିଥିବା ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଡଙ୍ଗା ଚାଳକକୁ ମିଶାଇ ୩ ଜଣ ଆହତ ହୋଇଥିବା ବେଳେ ୫ଟି ବାଇକ୍ ଭାଙ୍ଗିଛି।

Advertisment

ଦୁର୍ଘଟଣାଗ୍ରସ୍ତ ଡଙ୍ଗା ମଧ୍ୟରୁ ଗୋଟିଏ ଜହ୍ନିକୁଦାରୁ ଯାତ୍ରୀ ନେଇ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା। ମହିଁସା କୁଦ ନିକଟରେ କେହି କିଛି ଭାବିବା ପୁର୍ବରୁ ସାତପଡ଼ାରୁ ଯାତ୍ରୀ ନେଇ ଆସୁଥିବା ଡଙ୍ଗାଟି ଅନ୍ୟ ଡଙ୍ଗାଟିକୁ ପିଟି ଦେଇଥିଲା।

ଏହି ଦୁର୍ଘଟଣାରେ ଜଣେ ଡଙ୍ଗା ଚାଳକଙ୍କ ସମେତ ୩ ଜଣ ଆହତ ହୋଇଥିବା ବେଳେ ୫ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ଡଙ୍ଗା କୂଳରେ ଲାଗିବା ପରେ ଆହତମାନେ ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଚିକିତ୍ସିତ ହୋଇଥିଲେ।

Advertisment