Advertisment

କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇଲେ ୨ ନାବାଳକ

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁରରେ ଦୁଇ ନାବାଳକଙ୍କ ସାହସକୁ ଏବେ ସବୁଆଡ଼େ ବେଶ୍ ପ୍ରଶଂସା କରାଯାଉଛି। ଜୟପୁର ଟାଉନ ଥାନା ଅନ୍ତର୍ଗତ ଡଙ୍ଗାଗୁଡ଼ା କେନାଲ୍‌ରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଏହି ଦୁଇ ନାବାଳକ ଉଦ୍ଧାର କରିଛନ୍ତି। ଏହି ଦୁଇ ନାବାଳକ ହେଲେ କିଶାନ ମାଝୀ ଓ ସଂଜୟ ପୂଜାରୀ। ଉଭୟଙ୍କ ବୟସ ୧୨ରୁ ୧୩ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଆଉ ସେମାନେ ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର […]

କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇଲେ ୨ ନାବାଳକ

jeypore

Advertisment

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁରରେ ଦୁଇ ନାବାଳକଙ୍କ ସାହସକୁ ଏବେ ସବୁଆଡ଼େ ବେଶ୍ ପ୍ରଶଂସା କରାଯାଉଛି। ଜୟପୁର ଟାଉନ ଥାନା ଅନ୍ତର୍ଗତ ଡଙ୍ଗାଗୁଡ଼ା କେନାଲ୍‌ରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଏହି ଦୁଇ ନାବାଳକ ଉଦ୍ଧାର କରିଛନ୍ତି। ଏହି ଦୁଇ ନାବାଳକ ହେଲେ କିଶାନ ମାଝୀ ଓ ସଂଜୟ ପୂଜାରୀ। ଉଭୟଙ୍କ ବୟସ ୧୨ରୁ ୧୩ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଆଉ ସେମାନେ ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ନାଁ ଲକ୍ଷ୍ମଣ ସାହୁ।

Advertisment

ଆଜି ସକାଳେ ଲକ୍ଷ୍ମଣ ମର୍ଣ୍ଣିଂଓ୍ୱାକ୍ ସାରି କେନାଲକୁ ଗୋଡ଼ ଧୋଇବାକୁ ଯାଇଥିଲେ। ହେଲେ ତାଙ୍କ ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ବୁଡ଼ି ଯାଇଥିଲେ।  ଏହି ସମୟରେ ଦୁଇ ନାବାଳକ ତାଙ୍କୁ ଦେଖିପାରିଥିଲେ। ସେମାନେ ପାଣିକୁ ଡେଇଁ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ ଓ କୂଳକୁ ଆଣିଥିଲେ। କିଶାନ ଓ ସଂଜୟଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଜୟପୁର ପୁଲିସ୍ ସେମାନଙ୍କୁ ସମ୍ମାନିତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe