ଗ୍ୟାସ୍‌ ସିଲିଣ୍ଡର ଫାଟି ଦୁଇ ଗୁରୁତର

ବିନିକା (ଦିଲୀପ ସାହୁ): ରୋଷେଇ ବେଳେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଗୋଟିଏ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସକମା ଗାଁରେ ଏହି ଘଟଣା ଘଟିଛି। ଗୁରୁତରମାନେ ହେଲେ ବଡମାଳି ନେଗୀ, ହେମନ୍ତ ନେଗୀ। ଗତକାଲି ରାତିରେ ବଡମାଳି ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା। ପରେ ଗ୍ୟାସ୍‌ ଟାଙ୍କିରେ ବିସ୍ଫୋରଣ ହେବାରୁ ଘର ଜଳିଯାଇଛି। ତେବେ ବଡମାଳିଙ୍କୁ ଉଦ୍ଧାର […]

binika

Rakesh Mallick
  • Published: Thursday, 07 February 2019
  • , Updated: 07 February 2019, 11:12 AM IST

ବିନିକା (ଦିଲୀପ ସାହୁ): ରୋଷେଇ ବେଳେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଗୋଟିଏ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସକମା ଗାଁରେ ଏହି ଘଟଣା ଘଟିଛି। ଗୁରୁତରମାନେ ହେଲେ ବଡମାଳି ନେଗୀ, ହେମନ୍ତ ନେଗୀ।

ଗତକାଲି ରାତିରେ ବଡମାଳି ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା। ପରେ ଗ୍ୟାସ୍‌ ଟାଙ୍କିରେ ବିସ୍ଫୋରଣ ହେବାରୁ ଘର ଜଳିଯାଇଛି। ତେବେ ବଡମାଳିଙ୍କୁ ଉଦ୍ଧାର କରିବାକୁ ପଡ଼ୋଶୀ ହେମନ୍ତ ନେଗୀ ଚେଷ୍ଟା କରିବା ବେଳେ ଗୁରୁତର ଆହତ ହୋଇଛନ୍ତି।

ଉଭୟଙ୍କୁ ପ୍ରଥମେ ସୋନପୁର ମେଡିକାଲ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

ବିନିକା ଦମକଳ କେନ୍ଦ୍ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା।

Related story