Advertisment

ଦୁଇ କ୍ୟାଡର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଦୁଇ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଲାକେ ପୁନମ (ମହିଳା) ଓ କାନ୍ନା ମାଢ଼ି (ପୁରୁଷ)। ସେମାନେ ଆନ୍ଧ୍ର ଓଡ଼ିଶା ଡିଭିଜନ୍‌ କମିଟି ମିଲିଟାରୀ ପ୍ଲାଟୁନ୍‌ରେ କାର୍ଯ୍ୟରତ ଥିଲେ। କାନ୍ନାଙ୍କ ମୁଣ୍ଡରେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ଲାକେଙ୍କ ପାଇଁ ୨ଲକ୍ଷ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। କାନ୍ନା ଗତ ୨୦୧୩ ମସିହାରୁ  ନକ୍ସଲ ସଙ୍ଗଠନରେ […]

author-image
Jyoshna Pradhan
ଦୁଇ କ୍ୟାଡର ନକ୍ସଲଙ୍କ ଆତ୍ମସମର୍ପଣ

naxal

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଦୁଇ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଲାକେ ପୁନମ (ମହିଳା) ଓ କାନ୍ନା ମାଢ଼ି (ପୁରୁଷ)।

Advertisment

ସେମାନେ ଆନ୍ଧ୍ର ଓଡ଼ିଶା ଡିଭିଜନ୍‌ କମିଟି ମିଲିଟାରୀ ପ୍ଲାଟୁନ୍‌ରେ କାର୍ଯ୍ୟରତ ଥିଲେ। କାନ୍ନାଙ୍କ ମୁଣ୍ଡରେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ଲାକେଙ୍କ ପାଇଁ ୨ଲକ୍ଷ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

କାନ୍ନା ଗତ ୨୦୧୩ ମସିହାରୁ  ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ତାଙ୍କ ତାର ଘର କାଲିମେଳା ଅଞ୍ଚଳରେ। ଲାକେ ୨୦୧୮ ମସିହାରେ ନକ୍ସଲ ଦଳରେ ସାମିଲ ହୋଇଥିବା ବେଳେ ତାର ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି।

Advertisment

ଉଭୟ ୨୦ରୁ ଅଧିକ ନକ୍ସଲ ହିଂସାରେ ସାମିଲ ଥିବା ଜଣାପଡ଼ିଛି।  ସ୍ୱାଭିମାନ ଅଞ୍ଚଳରେ ନକ୍ସଲମାନେ ବିକାଶକୁ ବିରୋଧ କରିବା ଏବଂ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରିବା ସହ ସଙ୍ଗଠନରେ ଥିବା ମହିଳାମାନଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ଦେଖି ସେମାନେ ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।