Advertisment

ରାତି ଅଧରେ ବିଡିଓଙ୍କ ପାଦ ତଳେ ପଡ଼ିଲେ ଦୁଇ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ

ଖଲ୍ଲିକୋଟ(ଶିଲୁ ବିଶ୍ୱାଳ): ବିଡିଓଙ୍କ ପାଦ ତଳେ ପଡ଼ିଲେ ଦୁଇ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ। ଆଉ କାକୁତି ମିନତି ହେଲେ। ଏପରି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲାରୁ। ତେବେ ହଠାତ୍‌ କ’ଣ ହେଲା ଯେ ରାତି ଅଧରେ ବିଡିଓଙ୍କ ପାଦ ତଳେ ପଡ଼ିଲେ ଏହି ଦୁଇ ପ୍ରାର୍ଥୀ? ମଙ୍ଗଳବାର ଖଲ୍ଲିକୋଟ୍‌ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସରିଛି। ଭୋଟ୍‌ ସରିବା ପରେ ବ୍ଲକ ପରିସରରେ ତିଆରି କରାଯାଇଥିବା ୩ଟି ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି ଭୋଟ୍‌ […]

ଅଦ୍ୟତନ ହୋଇଛି
ରାତି ଅଧରେ ବିଡିଓଙ୍କ ପାଦ ତଳେ ପଡ଼ିଲେ ଦୁଇ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ

BDO

Advertisment

ଖଲ୍ଲିକୋଟ(ଶିଲୁ ବିଶ୍ୱାଳ): ବିଡିଓଙ୍କ ପାଦ ତଳେ ପଡ଼ିଲେ ଦୁଇ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ। ଆଉ କାକୁତି ମିନତି ହେଲେ। ଏପରି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲାରୁ। ତେବେ ହଠାତ୍‌ କ’ଣ ହେଲା ଯେ ରାତି ଅଧରେ ବିଡିଓଙ୍କ ପାଦ ତଳେ ପଡ଼ିଲେ ଏହି ଦୁଇ ପ୍ରାର୍ଥୀ?

Advertisment

ମଙ୍ଗଳବାର ଖଲ୍ଲିକୋଟ୍‌ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସରିଛି। ଭୋଟ୍‌ ସରିବା ପରେ ବ୍ଲକ ପରିସରରେ ତିଆରି କରାଯାଇଥିବା ୩ଟି ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି ଭୋଟ୍‌ ବାକ୍ସ। ତେବେ ଷ୍ଟ୍ରଙ୍ଗ ରୁମ୍‌ରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଷ୍ଟ୍ରଙ୍ଗ ରୁମ୍‌ ପଛ ପାର୍ଶ୍ୱ କାନ୍ଥର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏହାଛଡ଼ା ଷ୍ଟ୍ରଙ୍ଗ ରୁମ୍‌ରେ ଲାଗିଥିବା ସିସିଟିଭିରେ ସବୁ ଭୋଟ୍‌ ବାକ୍ସ ଦେଖାଯାଉ ନାହିଁ। ଏହାକୁ ନେଇ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ ୧୧ ନମ୍ବର ଜୋନ୍‌ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଯଜ୍ଞ ନାରାୟଣ ଦାସ ଓ ୧୩ ନମ୍ୱର ଜୋନ ବିଜେପି ଜିଲ୍ଲା ପରିଷଦ ପ୍ରର୍ଥୀ ରାମଚନ୍ଦ୍ର ବୈଦ୍ୟ। ହେଲେ ବିଡିଓ ସମସ୍ୟାର ସମାଧାନ କରିନଥିଲେ।

ଶେଷରେ ଉପାୟଶୂନ୍ୟ ହୋଇ ମଙ୍ଗଳବାର ରାତି ଗୋଟାଏ ବେଳେ ବିଡିଓଙ୍କ ପାଦତଳେ ପଡ଼ିଥିଲେ ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀ। ଆଉ ଭୋଟ୍‌ ବାକ୍ସର ସୁରକ୍ଷା ପାଇଁ କାକୁତି ମିନତି ହୋଇଥିଲେ। ସେତେବେଳେ ବିଡିଓଙ୍କ ପାଖରେ ଛିଡ଼ା ହୋଇଥିଲେ ଛତ୍ରପୁର ଉପଜିଲ୍ଲାପାଳ, ଛତ୍ରପୁର ଏସ୍‌ଡିପିଓ, ଖଲ୍ଲିକୋଟ ତହସିଲଦାର ଓ ପୁଲିସ୍‌।

Advertisment

୧୧ ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରାର୍ଥୀ ଯଜ୍ଞ ନାରାୟଣ ଦାସ କହିଛନ୍ତି, “ବ୍ଲକ ପରିସରରେ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ର ଅବସ୍ଥା ଖୁବ୍‌ ଦୟନୀୟ। ଷ୍ଟ୍ରଙ୍ଗ ରୁମ୍‌ରେ ଲାଗିଥିବା ସିସିଟିଭିରେ ସବୁ ଭୋଟ୍‌ ବାକ୍ସ ଦେଖାଯାଉ ନାହିଁ। ସିସିଟିଭିରେ ଆମର ସବୁ ଭୋଟ୍‌ ବାକ୍ସ ଦେଖାଯିବା ଦରକାର ବୋଲି କହୁଥିଲୁ। ହେଲେ ଆମ କଥା କେହି ଶୁଣୁ ନାହାନ୍ତି। ବରଂ ଧମକଚମକ ଦେଉଛନ୍ତି। ଏକଥା ଶୁଣି ମୋ’ କର୍ମୀମାନେ ଏଠାକୁ ଆସିଥିଲେ। ଲୋକଙ୍କ ଗହଳି ଦେଖି ସିସିଟିଭିକୁ ଆଉଥରେ ସେଟ୍‌ କରିଛନ୍ତି। ତଥାପି ପୂରା ଭୋଟ୍‌ ବାକ୍ସ ଦେଖାଯାଉ ନାହିଁ। ଭୋଟ୍‌ ବାକ୍ସ ସୁରକ୍ଷା ପାଇଁ ଆମେ ବିଡିଓଙ୍କ ପାଦ ତଳେ ପଡ଼ିଥିଲୁ।”

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe