Advertisment

ସ୍ୱାମୀ ବିରୋଧରେ ଏକାଠି ହେଲେ ଦି’ ସଉତୁଣୀ

ଆଳି(ଓଡ଼ିଶା ରିପୋର୍ଟର): “ଆମ ଦୁଇ ଦୁଇ ଜଣଙ୍କ ଝିଅଙ୍କ ଜୀବନ ନଷ୍ଟ କଲା। ଏବେ କହୁଛି କ’ଣ ନା ଆମେ କୁଆଡେ…..। ଯଦି ଆମେ ଦୁଇ ଦୁଇଟା ଝିଅ ଖରାପ ତା ହେଲେ ମୁଁ ପଚାରୁଛି ସେ କେମିତିକା ପୁରୁଷ ?” ଗଣମାଧ୍ୟମ ସାମ୍ନାରେ ନିଜ ହକ୍‌ ପାଇଁ ଧାରଣା ଦେଇଥିବା ଜଣେ ମହିଳା ଏମିତି ବିବୃତି ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ସାମ୍ନାରେ ଘଟିଛି ଏହି ଘଟଣା। ଦୁଇ ଜଣ ଯୁବତୀଙ୍କୁ  ବିବାହ କରି […]

author-image
Mihir Pattnayak
ଅଦ୍ୟତନ ହୋଇଛି
ସ୍ୱାମୀ ବିରୋଧରେ ଏକାଠି ହେଲେ ଦି’ ସଉତୁଣୀ

final

ଆଳି(ଓଡ଼ିଶା ରିପୋର୍ଟର): “ଆମ ଦୁଇ ଦୁଇ ଜଣଙ୍କ ଝିଅଙ୍କ ଜୀବନ ନଷ୍ଟ କଲା। ଏବେ କହୁଛି କ’ଣ ନା ଆମେ କୁଆଡେ…..। ଯଦି ଆମେ ଦୁଇ ଦୁଇଟା ଝିଅ ଖରାପ ତା ହେଲେ ମୁଁ ପଚାରୁଛି ସେ କେମିତିକା ପୁରୁଷ ?”

Advertisment

ଗଣମାଧ୍ୟମ ସାମ୍ନାରେ ନିଜ ହକ୍‌ ପାଇଁ ଧାରଣା ଦେଇଥିବା ଜଣେ ମହିଳା ଏମିତି ବିବୃତି ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ସାମ୍ନାରେ ଘଟିଛି ଏହି ଘଟଣା।

ଦୁଇ ଜଣ ଯୁବତୀଙ୍କୁ  ବିବାହ କରି ଜଣେ ଯୁବକ ହଟହଟା ହୋଇଛନ୍ତି । ଖବର ଅନୁଯାୟୀ  ରାଜକନିକା ଥାନା ମେଘପୁର ଗାଁର ରଜନୀକାନ୍ତ ରାଉତ କୁଆଡେ ପ୍ରଥମେ ଚାନ୍ଦବାଲି ଅଞ୍ଚଳରେ ବିବାହ କରିଥିଲେ। ହେଲେ ୨ ମାସ ପରେ ପ୍ରଥମ ସ୍ତ୍ରୀଙ୍କ ପାଖରୁ ମନ ଛାଡି ଯାଇଥିଲା। ପତ୍ନୀଙ୍କୁ ଘରୁ ତଡ଼ି ଦେଇଥିଲେ।

Advertisment

ଆଉ ତା ପରେ ରାଜକନିକା କାଟଣା ଗାଁରେ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଏଥର ବି ପତ୍ନୀ ଜଣକ ବୋଧହୁଏ ତାଙ୍କ ମନକୁ ପାଇଲାନି। ତାଙ୍କ ସହ ବି ଆରମ୍ଭ ହେଲା ଝଗଡ଼ା। ଅଶାଳୀନ ଭାଷାରେ ଗାଳି ଦେଇ ତାଙ୍କୁ ମଧ୍ୟ ଘରେ ରଖେଇ ଦେଲେନି।

ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ଆଜି। ରଜନୀକାନ୍ତଙ୍କ ଦୁଇ ପତ୍ନୀ ଆଜି ସକାଳୁ ସକାଳୁ ନ୍ୟାୟ ପାଇବା ପାଇଁ ପହଞ୍ଚିଥିଲେ ରାଜକନିକା ଥାନାରେ। ରଜନୀକାନ୍ତ ମଧ୍ୟ ପୂର୍ବରୁ ସେଠାକୁ ଆସିଥିଲେ। ଆରମ୍ଭ ହୋଇଥିଲା ତୁମ୍ବି ତୋ‍ଫାନ।

ଦୁଇ ଜଣ  ପତ୍ନୀ ନ୍ୟାୟ ପାଇଁ ଦାବି କରି ଧାରଣା ଦେଇଥିଲେ । ସେପଟେ ପୋଲିସ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରି ପ୍ରଥମ ପତ୍ନୀଙ୍କ ଗାଁ ଲୋକେ ଥାନାକୁ ଧସେଇ ପଶିଥିଲେ ।  ଫଳରେ  ଥାନା ପରିସରରେ ଉତ୍ତେଜନା ଦେଖି ଦେଇଥିଲା ଏହି ଘଟଣା ପରେ ପୋଲିସ ରଜନୀକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।