କୋଭିଡ୍ ଟିକାର ଗ୍ଲୋବାଲ ଟେଣ୍ଡର ପାଇଁ ଗଢ଼ା ହେଲା ୨ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀଠୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କିଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ୨ଟି ଉଚ୍ଚସ୍ତରୀୟ କମିଟି ଗଠନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ମାଗଣା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ କାର୍ଯ୍ୟକାରୀ ନିମନ୍ତେ ମୋଟ ୩କୋଟି ୮୭ଲକ୍ଷ ୩୯ହଜାର ୦୨୨ଟି ଡୋଜ୍ କୋଭିଡ୍ ଟିକାର ଆବଶ୍ୟକତା ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ […]

vaccine

vaccine

Ordigital Desk
  • Published: Monday, 10 May 2021
  • Updated: 10 May 2021, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀଠୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କିଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ୨ଟି ଉଚ୍ଚସ୍ତରୀୟ କମିଟି ଗଠନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ମାଗଣା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ କାର୍ଯ୍ୟକାରୀ ନିମନ୍ତେ ମୋଟ ୩କୋଟି ୮୭ଲକ୍ଷ ୩୯ହଜାର ୦୨୨ଟି ଡୋଜ୍ କୋଭିଡ୍ ଟିକାର ଆବଶ୍ୟକତା ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଇସ୍ରାଏଲ ଫର୍ମୂଲାରେ ଓଡ଼ିଶାରେ କୋଭିଡ୍‌-୧୯ର ମୁକାବିଲା କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାର କମ୍ ଅବଧି ମଧ୍ୟରେ ଟିକାକରଣ ସାରିବା ପାଇଁ ଚାହୁଁଛନ୍ତି ।

ଏବେ ରାଜ୍ୟ ସରକାର ଭାରତ ବାୟୋଟେକକୁ ୧୦.୩୪ଲକ୍ଷ ଡୋଜ୍ କୋଭାକ୍ସିନ୍ ଏବଂ ଶେରମ ଇନଷ୍ଟିଚ୍ୟୁଟକୁ ୨.୨୦ଲକ୍ଷ ଡୋଜ୍ କୋଭାଶିଲଡ୍ ଯୋଗାଣ ନିମନ୍ତେ ଅର୍ଡର ଦେଇଥିବାବେଳେ ଏହି ଦୁଇ ଉତ୍ପାଦନକାରୀ ଏପର୍ଯ୍ୟନ୍ତ ଯଥାକ୍ରମେ ଦେଢ଼ଲକ୍ଷ ଓ ୧ଲକ୍ଷ ଡୋଜ୍ ଟିକା ଯୋଗାଇ ପାରିଛନ୍ତି। ଯଦି ଏହି ଗତିରେ ଟିକା ଯୋଗାଣ ହୁଏ ତା’ହେଲେ ରାଜ୍ୟ ସରକାର ନିର୍ଦ୍ଧାରିତ ଅବଧି ମଧ୍ୟରେ ସାମୁହିକ ଟିକାକରଣ କରିବାରେ ସମସ୍ୟା ହେବ । ସେଥିପାଇଁ ରାଜ୍ୟ ସରକାର କୋଭିଡ୍‌-୧୯ ଟିକା କ୍ରୟ ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ।

ଦେଶବିଦେଶର ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଅବଶ୍ୟ ରାଜ୍ୟ ସରକାର କେବଳ ସେହି ଟିକା କ୍ରୟ କରିବେ ଯାହାର ବିଶ୍ୱସନୀୟତା ଥିବ ଓ ଭାରତରେ ଉପଯୋଗ ନିମନ୍ତେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିଜିସିଆଇ)ଙ୍କ ଅନୁମୋଦନ ଲାଭ କରିଥିବ। ସବୁ ରାଜ୍ୟ ସରକାର ନିଜର ଲୋକଙ୍କୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଇ କୋଭିଡ୍ ଟିକା କ୍ରୟ ପାଇଁ ଆଗଭର ହେଉଥିବାରୁ ଓଡ଼ିଶା ମଧ୍ୟ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଅଧିକ ସଂଖ୍ୟକ କୋଭିଡ୍ ଟିକା ନିଜ ଲୋକଙ୍କ ନିମନ୍ତେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି।

ରାଜ୍ୟରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ମାଗଣା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟରେ ଏହି ବୟସର ପ୍ରାୟ ୧କୋଟି ୯୩ଲକ୍ଷ ୬୯ହଜାର ୫୧୧ଜଣ ରହିଥିବା ଆକଳନ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୁଇ ଡୋଜ୍ ଲେଖାଏଁ ଟିକା ଦିଆଗଲେ ମୋଟ ୩.୮୭କୋଟି ଡୋଜ୍ କୋଭିଡ୍ ଟିକାର ଆବଶ୍ୟକତା ରାଜ୍ୟରେ ରହିଛି। ତା’ଛଡ଼ା ୪୫ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ସହାୟତାରେ ଚାଲିଛି । ମାତ୍ର ରାଜ୍ୟ ସରକାର କୋଭିଡ୍ ଟିକାକରଣ କାର୍ଯ୍ୟକୁ କମ୍ ଅବଧି ମଧ୍ୟରେ ଶେଷ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବାକୁ ଚାହୁଁଥିବାରୁ ଏହି ଅଧିକ ପରିମାଣର ଟିକା କ୍ରୟ ଉପରେ ଗୁରୁତ୍ୱ ଦେଉଛନ୍ତି।

ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଏହି ଟିକା କ୍ରୟ ନିମନ୍ତେ କ୍ୟାବିନେଟର ଅନୁମୋଦନ ପରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।  ରାଜ୍ୟ ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଟେକନିକାଲ କମିଟି ଗଠନ ହୋଇଛି। ଏହି ଟେକନିକାଲ କମିଟି ହିଁ କେଉଁ ଟିକା କ୍ରୟ କରାଯିବ ତାହା ସ୍ଥିର କରିବ। ଏହି ୧୦ଜଣିଆ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଆରଏମଆରସି ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ପରିବାର କଲ୍ୟାଣ ନିର୍ଦ୍ଦେଶକ, ଓଡ଼ିଶା ଔଷଧ ନିଗମ ଜେନେରାଲ ମ୍ୟାନେଜର, ଡ୍ରଗ୍ସ କଣ୍ଟ୍ରୋଲର, ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ଅଫିସର ପ୍ରତିନିଧି ଓ ଔଷଧ ନିଗମର ସହାୟକ ମ୍ୟାନେଜର ମଧ୍ୟ ସଦସ୍ୟ ରହିବେ।

ସେହିପରି ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କ  ନେତୃତ୍ୱରେ ଏକ ମ୍ୟାନେଜରିଆଲ କମିଟି ଗଠନ ହୋଇଛି। ଏହି ୯ଜଣିଆ କମିଟିରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ, ଅର୍ଥ ବିଭାଗର ପ୍ରତିନିଧି, ପରିବାର କଲ୍ୟାଣ ନିର୍ଦ୍ଦେଶକ, ଓଡ଼ିଶା ଔଷଧ ନିଗମର ଜେନେରାଲ ମ୍ୟାନେଜର(ଅର୍ଥ), ଏନଏଚଏମର ସିନିୟର କନସଲଣ୍ଟାଣ୍ଟ ଓ ଅନ୍ୟମାନେ ରହିବେ। ଏହି ଦୁଇ କମିଟି କୋଭିଡ୍ ଟିକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ନିର୍ଦ୍ଧାରଣ ଓ ଟିକା କ୍ରୟ କାର୍ଯ୍ୟ କରିବ। ଏହି ଦୁଇ କମିଟିକୁ ମଧ୍ୟ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟର ୧୮ରୁ ୪୪ବର୍ଷ ବୟସର ସବୁ ଲୋକଙ୍କୁ ମାଗଣାରେ କୋଭିଡ୍ ଟିକା ଦେବା ନିମନ୍ତେ ରାଜ୍ୟ ସରକାର ୨ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story