ଗଞ୍ଜାମ ଛୁଇଁଲା କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ୨ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର। ଏହା ସହିତ କରୋନା ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୁଇ ଜଣ ଗୁଜରାଟର ସୁରତରୁ ଫେରିଥିଲେ। ଦୁହିଁଙ୍କ ବୟସ ଯଥାକ୍ରମେ ୧୭ ଓ ୨୨ ବର୍ଷ। ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା। ତେବେ ସାମ୍ପଲ ଟେଷ୍ଟ ପରେ […]

Corona

Corona

Jyoshna Pradhan
  • Published: Sunday, 03 May 2020
  • Updated: 03 May 2020, 09:54 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ୨ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର। ଏହା ସହିତ କରୋନା ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଦୁଇ ଜଣ ଗୁଜରାଟର ସୁରତରୁ ଫେରିଥିଲେ। ଦୁହିଁଙ୍କ ବୟସ ଯଥାକ୍ରମେ ୧୭ ଓ ୨୨ ବର୍ଷ। ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା। ତେବେ ସାମ୍ପଲ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା।

ଦୁଇଟି ନୂଆ କେସ୍‌ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ‌ ୧୦୨ ଚିକିତ୍ସାଧୀନ ଥିବା ବେଳେ ୫୬ ଜଣ ଡିସ୍‌ଚାର୍ଜ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା଼ଯୋଗ୍ୟ, ଗତକାଲି ଯାଜପୁର ଜିଲ୍ଲାରେ ୮ ଜଣ ପିଜିଟିଭ୍‌ ଚିହ୍ନଟ ହୋଇଥିଲେ। ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ଥିବା ଜଣାପଡ଼ିଛି। ଏହା ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮କୁ ଛୁଇଁଛି। ଆଉ ଏହି ଜିଲ୍ଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଖୋର୍ଦ୍ଧାକୁ ପଛରେ ପକାଇ ଦେଇଛି। ଖୋର୍ଦ୍ଧା ଜିଲ୍ଲାରେ ଏଯାବତ୍ ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos