Advertisment

ଭୁବନେଶ୍ୱରରେ ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ ୧୧ରୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ଛାତ୍ର ଓ ଯୁବ ସଂଗଠନ (World Organisation of Students and Youth) ଭୁବନେଶ୍ୱରରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ଆୟୋଜନ କରିବ। ଏଥିରେ ମୁଖ୍ୟ ଆଲୋଚ୍ୟ ବିଷୟ ରହିବ ‘ଏକବିଂଶ ଶତାବ୍ଦୀର ମହିଳା ପ୍ରସଙ୍ଗ : ବିଶ୍ୱ ଗଠନରେ ଭୂମିକା। ଏହି ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ଵ ଦେଶର ହଜାରେରୁ ଅଧିକ ଛାତ୍ର ପ୍ରତିନିଧି ଯୋଗଦେବେ ଏବଂ ଏହା ୧୧ ଓ ୧୨ ଜାନୁୟାରୀ ଦୁଇ ଦିନ ଧରି ଅନୁଷ୍ଠିତ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ ୧୧ରୁ

two-day-international-youth-conclave-to-kick-off-in-bhubaneswar-from-11-january

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ଛାତ୍ର ଓ ଯୁବ ସଂଗଠନ (World Organisation of Students and Youth) ଭୁବନେଶ୍ୱରରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ଆୟୋଜନ କରିବ। ଏଥିରେ ମୁଖ୍ୟ ଆଲୋଚ୍ୟ ବିଷୟ ରହିବ ‘ଏକବିଂଶ ଶତାବ୍ଦୀର ମହିଳା ପ୍ରସଙ୍ଗ : ବିଶ୍ୱ ଗଠନରେ ଭୂମିକା। ଏହି ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ଵ ଦେଶର ହଜାରେରୁ ଅଧିକ ଛାତ୍ର ପ୍ରତିନିଧି ଯୋଗଦେବେ ଏବଂ ଏହା ୧୧ ଓ ୧୨ ଜାନୁୟାରୀ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ଏହି ସଂଗଠନର କର୍ମକର୍ତ୍ତାମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Advertisment

ଏହି ଦୁଇ ଦିବସୀୟ ସମ୍ମିଳନୀରେ ବିଭିନ୍ନ ମହିଳା ସମ୍ବନ୍ଧୀୟ ପ୍ରସଙ୍ଗ, ଯଥା କର୍ମକ୍ଷେତ୍ରରେ ମହିଳା, ମହିଳାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା, ବିଶ୍ୱ ଗଠନରେ ମହିଳାଙ୍କ ଭୂମିକା, ସମାଜ ଗଠନରେ ମା’ଙ୍କ ଭୂମିକା, ଭାରତ ସରକାର ଏବଂ ବିଶ୍ୱର ବିଭିନ୍ନ ମହିଳା ସଶକ୍ତିକରଣ ଯୋଜନା ଉପରେ ଗୁରୁତ୍ୱାରୋପ କରାଯିବ। ସମ୍ମିଳନୀର ବିଷୟବସ୍ତୁକୁ ନେଇ ଗବେଷଣାରତ ଛାତ୍ରଛାତ୍ରୀମାନେ ନିବନ୍ଧ ଓ ଉପନିବଦ୍ଧ ପ୍ରଦାନ କରିବେ ଯାହାକୁ ଏକ ପୁସ୍ତକ ଆକରାରେ ପ୍ରକାଶ କରାଯିବ।

୧୧ ଜାନୁୟାରୀ ୨୦୧୯ ପୂର୍ବାହ୍ନ ୧୦ଟାରେ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଓଡିଶାର ରାଜ୍ୟପାଳ ଶ୍ରୀ ଗଣେଷୀ ଲାଲ ଏହି ସମ୍ମିଳନୀକୁ ଉଦଘାଟନ କରିବେ। ଗଣମାଧ୍ୟମ, ଶିକ୍ଷା, ସରକାର, ବୁଦ୍ଧିଜୀବୀ, ନୀତି ନିର୍ଦ୍ଧାରକ ସଂଗଠନ, ଯୁବ ସଂଗଠନ ସହ ଯୋଡ଼ି ହୋଇଥିବା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବେ ଓ ଚର୍ଚ୍ଚା ଆଲୋଚନା କରିବେ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe