694033-naveen-patnaik-dna
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଏବଂ ଟେକ୍ନୋଲୋଜିର ଉପଯୋଗ ଆଦି ପ୍ରସଙ୍ଗରେ ବିଧାୟକମାନଙ୍କ ପାଇଁ ଆସନ୍ତା ୧୩ ତାରିଖରୁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଲୋକସଭା ସଚିବାଳୟ ଓ ଓଡ଼ିଶା ବିଧାନସଭା ସଚିବାଳୟର ମିଳିତ ଆନୁକୁଲ୍ୟରେ ଚଳିତ ମାସ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ବିଧାନସଭାର ବରିଷ୍ଠ ସଦସ୍ୟ, ଅନୁଭୂତିସମ୍ପନ୍ନ ଅଭିଜ୍ଞ ମନ୍ତ୍ରୀ, ବିଧାୟକ ଓ ଲୋକସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ବିଧାନସଭାର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଉପରେ ଆଲୋଚନା କରିବେ। ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ବିଧାୟକ ଓ ବିଧାୟିକା ଯୋଗ ଦେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/08/694033-naveen-patnaik-dna.jpg)