/odisha-reporter/media/post_attachments/uploads/2019/01/accident-4.jpg)
accident
ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଚୌଦ୍ୱାର କଜଳକଣା ନିକଟରେ ‘ନୀଳକଣ୍ଠ’ ନାମକ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।
Advertisment
/odisha-reporter/media/post_attachments/wp-content/uploads/2019/01/5-12.jpg)
ପୁଲିସ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଥିଲେ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁ ଅଧିକ ଧନଜୀବନହାନୀକୁ ରୋକାଯାଇପାରିଥିଲା।
/odisha-reporter/media/post_attachments/wp-content/uploads/2019/01/6-12.jpg)
ବସ୍ଟି କଟକରୁ ଅନୁଗୋଳ ଯିବା ବେଳେ କଜଳକଣା ନିକଟରେ ଓଲଟି ପଡ଼ିଥିଲା। ରାସ୍ତା କାମ ପାଇଁ ଗଦା ହୋଇଥିବା ବାଲି ଉପରେ ଚଢ଼ିଯିବା ପରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
