Advertisment

Accident: ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ମୃତ; ଟ୍ରେଲରରେ ପିଟି ହେବା ପରେ କାରକୁ ଧକ୍କା ଦେଲେ ଦୁଇ ଟ୍ରକ୍

ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ସମ୍ବଲପୁର ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ସମ୍ପର୍କୀୟମାନେ ଏକ ଘରୋଇ ହସପିଟାଲକୁ ନେଇ ଯାଇଛନ୍ତି।

author-image
Jitendra Garnayak
Accident123

ସମ୍ବଲପୁର ଶାସନ ଥାନା ପରମାଣପୁର ନୂଆମୁଣ୍ଡା ନିକଟରେ ରବିବାର ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଗୋଟିଏ ବାଇକରେ ୩ ଜଣ ବସିଥିବା ବେଳେ ଅନ୍ୟ ବାଇକ୍‌ରେ ଜଣେ ବ୍ୟକ୍ତି ଥିଲେ। ଯେଉଁ ବାଇକରେ ୩ ଆରୋହୀ ଥିଲେ, ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। 

ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ସମ୍ବଲପୁର ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ସମ୍ପର୍କୀୟମାନେ ଏକ ଘରୋଇ ହସପିଟାଲକୁ ନେଇ ଯାଇଛନ୍ତି। 

Advertisment

ସେହିପରି ସମ୍ବଲପୁରର ୫୫ ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ନିକଟରେ ଏକ କାର ଏକ ଲୁହା ରଡ୍ ବୋଝେଇ ଟ୍ରେଲରରେ ପିଟି ହେବା ପରେ ବିପରୀତ ଦିଗକୁ ବୁଲି ପଡ଼ିଥିଲା। ଏହା ପରେ ପରେ ପଛରୁ ଆସୁଥିବା ଦୁଇଟି ଟ୍ରକ୍ କାରଟିକୁ ଧକ୍କା ଦେଇ ଚାଲି ଯାଇଥିଲେ। ତେବେ କାର ଡ୍ରାଇଭର ଓ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। 

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଚୁଡ଼ଙ୍ଗପୁରରେ ରାସ୍ତାକଡ଼ରେ ଓଲଟି ପଡ଼ିବାରୁ ଏହାର ଚାଳକ ଆହତ ହୋଇଛନ୍ତି। ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତାର ଚୁଡ଼ଙ୍ଗପୁର ଅଲେଖ ମଠ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା କଲର୍ଭଟ ୱାଲ ଉପରେ ଚଢ଼ି ଏହା ଓଲଟି ପଡ଼ିଥିଲା।