/odisha-reporter/media/media_files/2026/02/08/bridge-2026-02-08-19-31-28.jpg)
କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଚାଞ୍ଚଲ୍ୟ। ଖିଲିବା ବ୍ରିଜ୍ ତଳୁ ଉଦ୍ଧାର ହେଲା ଦୁଇ ଜଣ ଯୁବକଙ୍କ ମୃତଦେହ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନନ୍ଦପୁର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଭଗବାନ ଖିଲଙ୍କର। ଅନ୍ୟ ମୃତକଙ୍କ ନାଁ ଉଗ୍ରସେନ ପାଙ୍ଗି। ତାଙ୍କ ଘର ହିକିମପୁଟ ଗାଁରେ।
Advertisment
ନନ୍ଦପୁର ଥାନା ଅନ୍ତର୍ଗତ ଖିଲିବା ବ୍ରିଜ୍ ତଳେ ଆଜି ଅପରାହ୍ନରେ ଦୁଇଟି ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ। ଏହା ପରେ ସେମାନେ ନନ୍ଦପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି। ତେବେ ଏହା ଏକ ଦୁର୍ଘଟଣା ନା ହତ୍ୟାକାଣ୍ଡ, ସେ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।
ବ୍ରିଜ୍ ଉପରେ ଏକ ବାଇକ୍ ପଡ଼ିଥିଲା। ଯାହା ଦୁର୍ଘଟଣାର ସଙ୍କେତ ଦେଉଛି। ତେବେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବ ବୋଲି କହିଛି।
Advertisment
ଗତକାଲି ରାତିରେ ନନ୍ଦପୁର ଥାନାରେ କାର୍ଯ୍ୟ ସାରି ଉଗ୍ରସେନ ପାଙ୍ଗିଙ୍କ ସହିତ ହୋମଗାର୍ଡ ଭଗବାନ ଖିଲ ନିଜ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ଓ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
