/odisha-reporter/media/post_attachments/uploads/2020/12/deadbody-1.jpg)
deadbody-1
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରଉରକେଲା ପାନପୋଷ ନକଟ ରେଳବାଇ ଓଭରବ୍ରିଜ ନିକଟରୁ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।
Advertisment
ସୂଚନା ମୁତାବକ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣା ମଛିରେ ପଡି ରହିଥିବା ବେଳ ଆଉ ଜଣଙ୍କ ମୃତେଦହ ରଳଧାରଣା କଡରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ୨ ଅଚିହ୍ନା ଯୁବକଙ୍କୁ କେହି ହତ୍ୟା କରି ପିଙ୍ଗି ଦିଆଯାଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
