Advertisment

ବାଇକ୍‌କୁ ଧକ୍କା ଦେଇ ଟ୍ରକକୁ ପିଟିଲା କାର୍; ୨ ମୃତ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ନିଲୁ ସେନାପତି ଓ ବିଦ୍ୟାଧର ସ୍ୱାଇଁ। ନିଲୁଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ। ବିଦ୍ୟାଧରଙ୍କ ଘର ନୟାଗଡ଼ ଅଞ୍ଚଳରେ। ଆଜି ଦିନ ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରରୁ ବ୍ରହ୍ମପୁର ଆଡ଼କୁ ଯାଉଥିବା ଏକ ବାଇକ୍‌କୁ ଏକ କାର୍‌ ପଛପଟୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି […]

author-image
Jyoshna Pradhan
ବାଇକ୍‌କୁ ଧକ୍କା ଦେଇ ଟ୍ରକକୁ ପିଟିଲା କାର୍; ୨ ମୃତ

accident

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ନିଲୁ ସେନାପତି ଓ ବିଦ୍ୟାଧର ସ୍ୱାଇଁ। ନିଲୁଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ। ବିଦ୍ୟାଧରଙ୍କ ଘର ନୟାଗଡ଼ ଅଞ୍ଚଳରେ।

Advertisment

ଆଜି ଦିନ ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରରୁ ବ୍ରହ୍ମପୁର ଆଡ଼କୁ ଯାଉଥିବା ଏକ ବାଇକ୍‌କୁ ଏକ କାର୍‌ ପଛପଟୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ବାଇକ ଚାଳକ ନିଲୁ ଓ କାର୍ ଡ୍ରାଇଭର ବିଦ୍ୟାଧରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ନିରାକାର ପୁଲିସ୍  ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ବାଇକ୍‌ ଓ କାର୍‌କୁ ପୁଲିସ ଜବତ କରିଛି।