Advertisment

ଟ୍ରାକ୍ଟରକୁ ଧକ୍କା ଦେଲା ବସ୍‌; ୨ ମୃତ, ୨ ଗୁରୁତର

ସମ୍ୱଲପୁର (ସମୀର ଷଡ଼ଙ୍ଗୀ): ସମ୍ୱଲପୁର ଜିଲ୍ଲା ଯୁଯୁମରା ଛକ ନିକଟରେ ଏକ ବସ୍‌ ଏକ ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତାହତଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି। ଆଜି ସକାଳେ ରାସ୍ତା କାମ କରିବା ପାଇଁ ଶ୍ରମିକମାନେ ଟ୍ରାକ୍ଟରରେ ଯାଉଥିବା ବେଳେ ଯୁଯୁମରା ଛକ ନିକଟରେ ବସ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ବସ୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ […]

ଅଦ୍ୟତନ ହୋଇଛି
ଟ୍ରାକ୍ଟରକୁ ଧକ୍କା ଦେଲା ବସ୍‌; ୨ ମୃତ, ୨ ଗୁରୁତର

bus

Advertisment

ସମ୍ୱଲପୁର (ସମୀର ଷଡ଼ଙ୍ଗୀ): ସମ୍ୱଲପୁର ଜିଲ୍ଲା ଯୁଯୁମରା ଛକ ନିକଟରେ ଏକ ବସ୍‌ ଏକ ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତାହତଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।

Advertisment

ଆଜି ସକାଳେ ରାସ୍ତା କାମ କରିବା ପାଇଁ ଶ୍ରମିକମାନେ ଟ୍ରାକ୍ଟରରେ ଯାଉଥିବା ବେଳେ ଯୁଯୁମରା ଛକ ନିକଟରେ ବସ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ବସ୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟିକୁ ଧକ୍କା ଦେଇଥିଲା ବୋଲି କୁହାଯାଉଛି। ବସ୍‌ଟି ଟ୍ରାକ୍ଟରକୁ ଧକ୍କା ଦେବା ପରେ ଏଥିରେ ବସିଥିବା ଶ୍ରମିକମାନେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।

ଗୁରୁତର ଥିବା ଦୁଇ ଜଣ ଶ୍ରମିକଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରି ସମ୍ୱଲପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe