/odisha-reporter/media/post_attachments/uploads/2022/07/bike-1.jpg)
bike-1
ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ MV-37 ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇଜଣ ହେଲେ REC-16 ଗ୍ରାମର ସାଧୁରାମ ଖରା ଏବଂ କରୁକୋଣ୍ଡାର ଦମୁ ଖେମୁଣ୍ଡୁ। ଗୁରୁତରମାନେ ହେଲେ REC-16ର ପର୍ଶୁରାମ ଖରା ଓ ତାରଲକୋଟା ଗ୍ରାମର କୁଶ ଖିଲ।
Advertisment
ସାଧୁରାମ ଓ ପର୍ଶୁରାମ ମାଲକାନଗିରିରୁ ଏକ ସାଇକେଲ କିଣିବା ପରେ ଏହାକୁ ଏକ ବାଇକ୍ରେ ଧରି ଘରକୁ ଫେରୁଥିବା ବେଳେ ଅପରପଟୁ ବାଇକ୍ରେ ଆସୁଥିବା ତାରଲାକତା ଅଞ୍ଚଳର ଦୁଇଜଣଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ୨ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଭାରସାମ୍ୟ ହରାଇ ଦୁଇ ବାଇକ୍ ଭିତରେ ଧକ୍କା ହୋଇଥିବା କୁହାଯାଉଛି। ଦୁର୍ଘଟଣାଗ୍ରସ୍ତ ୨ ବାଇକ୍କୁ ପୁଲିସ ଜବତ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
