ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣଙ୍କ ଜୀବନ ଗଲା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ MV-37 ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇଜଣ ହେଲେ REC-16 ଗ୍ରାମର ସାଧୁରାମ ଖରା ଏବଂ କରୁକୋଣ୍ଡାର ଦମୁ ଖେମୁଣ୍ଡୁ। ଗୁରୁତରମାନେ ହେଲେ REC-16ର ପର୍ଶୁରାମ ଖରା ଓ ତାରଲକୋଟା ଗ୍ରାମର କୁଶ ଖିଲ। ସାଧୁରାମ ଓ ପର୍ଶୁରାମ ମାଲକାନଗିରିରୁ ଏକ ସାଇକେଲ କିଣିବା ପରେ ଏହାକୁ […]

bike-1

  • Published: Sunday, 24 July 2022
  • , Updated: 24 July 2022, 08:02 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ MV-37 ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇଜଣ ହେଲେ REC-16 ଗ୍ରାମର ସାଧୁରାମ ଖରା ଏବଂ କରୁକୋଣ୍ଡାର ଦମୁ ଖେମୁଣ୍ଡୁ। ଗୁରୁତରମାନେ ହେଲେ REC-16ର ପର୍ଶୁରାମ ଖରା ଓ ତାରଲକୋଟା ଗ୍ରାମର କୁଶ ଖିଲ।

ସାଧୁରାମ ଓ ପର୍ଶୁରାମ ମାଲକାନଗିରିରୁ ଏକ ସାଇକେଲ କିଣିବା ପରେ ଏହାକୁ ଏକ ବାଇକ୍‌ରେ ଧରି ଘରକୁ ଫେରୁଥିବା ବେଳେ ଅପରପଟୁ ବାଇକ୍‌ରେ ଆସୁଥିବା ତାରଲାକତା ଅଞ୍ଚଳର ଦୁଇଜଣଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ୨ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଭାରସାମ୍ୟ ହରାଇ ଦୁଇ ବାଇକ୍ ଭିତରେ ଧକ୍କା ହୋଇଥିବା କୁହାଯାଉଛି। ଦୁର୍ଘଟଣାଗ୍ରସ୍ତ ୨ ବାଇକ୍‌କୁ ପୁଲିସ ଜବତ କରିଛି।

Related story