ବଜ୍ରାଘାତରେ ୨ ମୃତ, ୩ ଗୁରୁତର

lightning

lightning

Jitendra Garnayak
  • Published: Friday, 22 July 2022
  • Updated: 22 July 2022, 05:16 PM IST

ଆନନ୍ଦପୁର/ଭଦ୍ରକ (ଓଡ଼ିଶା ରିପୋର୍ଟର): ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଦୁଇଟି ଘଟିଛି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ।

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ ବାହାରିପୁର ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଗଟିଛି। ମୃତକ ଦ୍ୱୟ ହେଉଛନ୍ତି- ନୃସିଂହ ଜେନା ଓ କାହ୍ନୁ ଜେନା। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ନନ୍ଦିପୁର ଗାଁରେ ବଜ୍ରାଘାତରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ପ୍ରଭାକର ସାହୁ, ଅନିରୁଦ୍ଧ ବେହେରା ଓ ପ୍ରଶାନ୍ତ ନାୟକ। ସେମାନଙ୍କ ମଧ୍ୟରୁ ଅନିରୁଦ୍ଧ ଓ ପ୍ରଶାନ୍ତ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ପ୍ରଭାକରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଏ ତିନି ଜଣ ଜମିରେ କାମ କରୁଥିଲେ। ସେମାନେ ତଳିରୁଆ କାମରେ ଲାଗିଥିବା ବେଳେ ହଠାତ୍ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ବିଜୁଳି ମାରିବାରୁ ତିନି ଜଣ ଯାକ ଆହତ ହୋଇଥିଲେ। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos