Advertisment

ପିକ୍‌ନିକ୍‌ ପାଇଁ ଯାଉଥିବା ବେଳେ ଘାଟିରୁ ଖସିଲା କାର: ୩ ମୃତ, ୬ ଗୁରୁତର

ବାଲିଗୁଡ଼ା (ଅଜିତ ନାୟକ): ପିକ୍‌ନିକ୍‌ କରିବାକୁ ଯାଉଥିବା ବେଳେ ଘାଟି ତଳକୁ ଖସିପଡ଼ିଲା କାର୍‌। ଚାଲିଗଲା ୩ ଜଣଙ୍କ ଜୀବନ। ଆଉ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁଃଖଦ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡ଼ା ଘାଟିରେ। ରାଇକିଆ ଥାନା ଦିଗି ଭାଲିଆପଡ଼ା ଗାଁର ୯ ଜଣ ଯୁବକ ଏକ ଜାଇଲୋ ଗାଡ଼ିରେ ପିକ୍‌ନିକ କରିବା ପାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ା ଦାନ୍ତଲିଙ୍ଗକୁ ଯାଉଥିଲେ। ତେବେ କରଡା ଘାଟିରେ ଗାଡ଼ିଟି […]

author-image
Jitendra Garnayak
ଅଦ୍ୟତନ ହୋଇଛି
ପିକ୍‌ନିକ୍‌ ପାଇଁ ଯାଉଥିବା ବେଳେ ଘାଟିରୁ ଖସିଲା କାର: ୩ ମୃତ, ୬ ଗୁରୁତର

Accident

ବାଲିଗୁଡ଼ା (ଅଜିତ ନାୟକ): ପିକ୍‌ନିକ୍‌ କରିବାକୁ ଯାଉଥିବା ବେଳେ ଘାଟି ତଳକୁ ଖସିପଡ଼ିଲା କାର୍‌। ଚାଲିଗଲା ୩ ଜଣଙ୍କ ଜୀବନ। ଆଉ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁଃଖଦ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡ଼ା ଘାଟିରେ।

Advertisment

ରାଇକିଆ ଥାନା ଦିଗି ଭାଲିଆପଡ଼ା ଗାଁର ୯ ଜଣ ଯୁବକ ଏକ ଜାଇଲୋ ଗାଡ଼ିରେ ପିକ୍‌ନିକ କରିବା ପାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ା ଦାନ୍ତଲିଙ୍ଗକୁ ଯାଉଥିଲେ। ତେବେ କରଡା ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ପ୍ରାୟ ୭୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ଲିଅ ଦାସ ପରିଚ୍ଛା ଓ ସକିଲ ପରିଚ୍ଛାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ରାଇକିଆ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପବନ ଦିଗାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଛି। ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

Advertisment
Accident Roadaccident