ଚିକିତ୍ସା ପାଇଁ ରୋଗୀକୁ ଡାକ୍ତରଖାନା ନେବା ବେଳେ ଜାତୀୟ ରାଜପଥରେ ଘଟିଲା ଦୁର୍ଘଟଣା। କାର ଓ ଟ୍ରକ୍ ମଧ୍ୟରେ ହେଲା ମୁହାଁମୁହିଁ ଦୁର୍ଘଟଣା। ଚାଲିଗଲା ୨ ଜୀବନ। ଆଉ ୫ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ନନ୍ଦିଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା।
ମୃତାହତମାନେ ଓଡ଼ିଶାର। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାର ଚିକିଟିର ପାତିସୋନପୁରରେ। ଏହି ଗାଁର ଗୋଟିଏ ପରିବାରର ଜଣେ ସଦସ୍ୟ ପକ୍ଷାଘାତର ଶିକାର ହୋଇଥିଲେ। ତାଙ୍କର ଚିକିତ୍ସା ପାଇଁ ଏକ କାରରେ ପରିବାର ଲୋକେ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା।
ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନେ ହେଉଛନ୍ତି ପକ୍ଷାଘାତର ଶିକାର ହୋଇଥିବା ବାଲେୟା ଓ ତାଙ୍କ ଭାଉଚ ମୋହନାମ। ମୃତ ବାଲେୟାଙ୍କ ପତ୍ନୀ ସମେତ ମୋଟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ଗଜପତି ଜିଲ୍ଲାର ମୋହନା ଥାନା ଜରଉ ଗାଁ ନିକଟରେ ରବିବାର ଏକ ପିକ୍ଅପ୍ ଭ୍ୟାନ ରାସ୍ତାରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସମସ୍ତ ଆହତ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ମଧୁରବନ୍ଧ ଗାଁର। ଏହି ଗାଁର ପ୍ରାୟ ୨୭ ଜଣ ଏକ ପିକଅପ୍ ଭ୍ୟାନ ଭଡ଼ା କରି ମୋହନା ଥାନା ଖାରିଗୁମା ଗାଁକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା।
ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/08/car-accident-2026-02-08-14-46-11.jpg)