Advertisment

ମାରି ଦେଲା ଲୁହା ବୋଝେଇ ଟ୍ରକ୍‌

ସୋନପୁର (ରବୀନ୍ଦ୍ର ହୋତା): ଲୁହା ବୋଝେଇ ଟ୍ରକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ରାସ୍ତାର ଝିଙ୍କି ଛକରେ। ମୃତକ ଦ୍ୱୟ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଫଗୁଣାମାଳ ଗାଁର ରଂଜିତ ମଲ୍ଲିକ ଏବଂ ମରମେଶ୍ଵର ବଘାର। ଏଦୁହେଁ କୌଣସି ଏକ କାମରେ ବାଇକ୍‌ ଯୋଗେ ବଲାଙ୍ଗିର ଯାଇଥିଲେ। ତେବେ ଫେରିବା ବେଳେ ଝିଙ୍କି ଛକରେ ସାମ୍ନା ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍ ସେମାନଙ୍କୁ […]

ମାରି ଦେଲା ଲୁହା ବୋଝେଇ ଟ୍ରକ୍‌

788

Advertisment

ସୋନପୁର (ରବୀନ୍ଦ୍ର ହୋତା): ଲୁହା ବୋଝେଇ ଟ୍ରକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ରାସ୍ତାର ଝିଙ୍କି ଛକରେ।

Advertisment

ମୃତକ ଦ୍ୱୟ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଫଗୁଣାମାଳ ଗାଁର ରଂଜିତ ମଲ୍ଲିକ ଏବଂ ମରମେଶ୍ଵର ବଘାର।

ଏଦୁହେଁ କୌଣସି ଏକ କାମରେ ବାଇକ୍‌ ଯୋଗେ ବଲାଙ୍ଗିର ଯାଇଥିଲେ। ତେବେ ଫେରିବା ବେଳେ ଝିଙ୍କି ଛକରେ ସାମ୍ନା ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିଲେ। ସୋନପୁର ଟାଉନ ପୁଲିସ୍‌ ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe