Advertisment

ବଜ୍ରପାତରେ ୨ ମୃତ, ୩ ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ଆଜି ଏମିତି ଘଟଣା ଘଟିଛି। ଗୁରୁତର ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ବଲାଙ୍ଗିର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ଘଡ଼ଘଡ଼ି ମାରିବା ସହିତ ବର୍ଷା ହୋଇଥିଲା। ବର୍ଷା ହେଉଥିବା ଦେଖି ଶିବାଶିଷ ଦାସ, ଅଲ୍ଲୀ ଖାନ ଓ ସମ୍ବିତ ଡାଙ୍ଗ ମାଳପଡା ମଦନ ଗୁଡିଆ ବଗିଚା ନିକଟସ୍ଥ […]

ଅଦ୍ୟତନ ହୋଇଛି
ବଜ୍ରପାତରେ ୨ ମୃତ, ୩ ଗୁରୁତର

two-death-in-lightening

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ଆଜି ଏମିତି ଘଟଣା ଘଟିଛି। ଗୁରୁତର ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଆଜି ବଲାଙ୍ଗିର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ଘଡ଼ଘଡ଼ି ମାରିବା ସହିତ ବର୍ଷା ହୋଇଥିଲା। ବର୍ଷା ହେଉଥିବା ଦେଖି ଶିବାଶିଷ ଦାସ, ଅଲ୍ଲୀ ଖାନ ଓ ସମ୍ବିତ ଡାଙ୍ଗ ମାଳପଡା ମଦନ ଗୁଡିଆ ବଗିଚା ନିକଟସ୍ଥ ଏକ ଗଛ ମୂଳରେ ଛିଡ଼ା ହୋଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଶିବାଶିଷଙ୍କ ମୃତ୍ୟୁ ଘଟିଛି। ତେବେ ଅଲ୍ଲୀ ଖାନ ଓ ସମ୍ବିତ ଡାଙ୍ଗ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଡୁମାକୁମ୍ପା ଗାଁର ଆଲୋକ ଗୌଡ଼ ଓ ଝୁରିଆ ଗୌଡ଼ ଛେଳି ଚରାଇବାକୁ ଯାଇଥିଲେ। ଠିକ୍‌ ଏତିକି ବେଳେ ବଜ୍ରପାତ ହେବାରୁ ଆଲୋକ ଗୌଡ଼ଙ୍କ ମୃତ୍ୟୁ ଘଟିଥିବା ବେଳେ ଝୁରିଆ ଗୁରୁତର ଆହତ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe