ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜମ ଜିଲ୍ଲାରେ ପୁଣି ଥରେ ଫୁଟିଛି ଗୁଳି। ଏଥର କେହି ଅପରାଧୀ ଗୁଳି ମାରି ରକ୍ତ ରଞ୍ଜିତ କରିନାହାନ୍ତି ଗଞ୍ଜାମର ରାସ୍ତାକୁ। ନିଜେ ଗୁଳି ଖାଇଛନ୍ତି। ତାହା ପୁଣି ପୁଲିସ୍ ପାଖରୁ। ଦୁଇ ଜଣ ଅପରାଧୀଙ୍କୁ ପୁଲିସ୍ ଏନ୍କାଉଣ୍ଟର କରିଛି। ଉଭୟ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ଏନ୍କାଉଣ୍ଟରଟି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗାଁରେ ହୋଇଛି।
ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ହେଲେ ମନୋଜ ସାହୁ ଏବଂ ବିଶ୍ୱଜିତ ବାରିକ। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଗତକାଲି ରାତି ପ୍ରାୟ ୨ଟା ସମୟରେ କଣମଣା ନିକଟରେ ପୁଲିସ୍ ବ୍ଲକିଂ କରିଥିଲା। ମନୋଜ ଏବଂ ବିଶ୍ୱଜିତ ପୁଲିସ୍କୁ ଦେଖି କାର୍କୁ ଅଟକାଇ ଦେଇଥିଲେ। ପୁଲିସ୍ କାର୍ ସର୍ଚ୍ଚ କରିବାକୁ ଗଲାବେଳେ ଏମାନେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବ ଦେଇଥିଲା ପୁଲିସ୍। ଏଥିରେ ଉଭୟ ବିଶ୍ୱଜିତ ଆହତ ହୋଇଥିଲେ।
ପୁଲିସ୍ ସେମାନଙ୍କଠାରୁ ୨ଟି ପିସ୍ତଲ, ୪ଟି ଗୁଳି ଓ କାର୍ ସହ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି।
ଚମାଖଣ୍ଡି ପେଟ୍ରୋଲ ପମ୍ପ ଡକାୟତିରେ ଉଭୟଙ୍କ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।
ତେବେ ଗଞ୍ଜାମ ଜିଲ୍ଲାରେ ଏହି ଏନ୍କାଉଣ୍ଟର କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ପୁଲିସ୍ ଏକାଧିକ ଅପରାଧୀଙ୍କୁ ଏନ୍କାଉଣ୍ଟର କରି ଜେଲ୍କୁ ପଠାଇ ସାରିଛି।
https://youtu.be/GAYR2GWAYlM