Advertisment

ଗଙ୍ଗା କାର୍ଡ ବାଣ୍ଟିବାକୁ ଯାଇଥିଲେ ଶଳା-ଭିଣୋଇ, ଫେରିଲା ବେଳେ କାର୍ ସହ ଭାସିଗଲେ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍‌ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି। ମୃତକ ଦ୍ୱୟ ହେଲେ ତାପସ ନାୟକ ଓ ପ୍ରତାପ କୁମାର ପଟେଲ। ସେମାନେ ସଂପର୍କରେ ଶଳା-ଭିଣୋଇ। ସେମାନଙ୍କ ଘର ଗୁଣ୍ଡୁରୁଚୁଆଁ ଗାଁରେ। ମୃତକ ଦ୍ୱୟଙ୍କ ସଂପର୍କୀୟ ସନ୍ତୋଷ ପଟେଲ କହିଛନ୍ତି, ତାପସଙ୍କ ମାମୁଙ୍କ ପରଲୋକ ହୋଇଯାଇଛି। ସେଥିପାଇଁ ଦଶାହ କାର୍ଯ୍ୟ ପାଇଁ ଗତକାଲି ସେ […]

ଅଦ୍ୟତନ ହୋଇଛି
ଗଙ୍ଗା କାର୍ଡ ବାଣ୍ଟିବାକୁ ଯାଇଥିଲେ ଶଳା-ଭିଣୋଇ, ଫେରିଲା ବେଳେ କାର୍ ସହ ଭାସିଗଲେ

Car

Advertisment

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍‌ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି। ମୃତକ ଦ୍ୱୟ ହେଲେ ତାପସ ନାୟକ ଓ ପ୍ରତାପ କୁମାର ପଟେଲ। ସେମାନେ ସଂପର୍କରେ ଶଳା-ଭିଣୋଇ। ସେମାନଙ୍କ ଘର ଗୁଣ୍ଡୁରୁଚୁଆଁ ଗାଁରେ।

Advertisment

ମୃତକ ଦ୍ୱୟଙ୍କ ସଂପର୍କୀୟ ସନ୍ତୋଷ ପଟେଲ କହିଛନ୍ତି, ତାପସଙ୍କ ମାମୁଙ୍କ ପରଲୋକ ହୋଇଯାଇଛି। ସେଥିପାଇଁ ଦଶାହ କାର୍ଯ୍ୟ ପାଇଁ ଗତକାଲି ସେ କାର୍ଡ ବାଣ୍ଟିବାକୁ ଯାଇଥିଲେ। ତାଙ୍କ ସହିତ ପ୍ରତାପ ମଧ୍ୟ ଯାଇଥିଲେ। ସେମାନେ କାର୍ଡ ବାଣ୍ଟି ଗୁଣ୍ଡୁରୁଚୁଆଁ ଅଭିମୁଖେ ଫେରୁଥିବା ବେଳେ ହଠାତ୍ ନାଳରେ ବଢ଼ି ପାଣି ଆସିଯାଇଥିଲା। ପାଣିର ସ୍ରୋତ ବହୁତ ଖୀପ୍ର ଥିଲା। ଫଳରେ କାର୍‌ଟି ଭାସି ଯାଇଥିଲା। ରାତିସାରେ ଅଗ୍ନିଶମ ବାହିନୀ ଓ ପୁଲିସ୍ କର୍ମଚାରୀ ଖୋଜାଖୋଜି କରିଥିଲେ। କିନ୍ତୁ ସେମାନଙ୍କୁ ଠାବ କରାଯାଇପାରି ନଥିଲା। ଆଜି ସକାଳ ୫ଟାରେ କାର୍‌ଟିକୁ ଠାବ କରାଯାଇଥିଲା। କାର ଭିତରୁ ତାପସ ଓ ପ୍ରତାପଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ତାପସ ଓ ପ୍ରତାପ ଗଙ୍ଗା କାର୍ଡ ବାଣ୍ଟି ଗଲା ବେଳେ ଏହି ନାଳରେ କମ୍‌ ପାଣି ଥିଲା। ତେବେ ଅପରାହ୍ଣରେ ବର୍ଷା ଯୋଗୁ ନାଳରେ ପାଣି ବଢ଼ିଯାଇଥିଲା ଓ ସ୍ରୋତ ବି ଖୀପ୍ର ହୋଇଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe