Advertisment

ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ, ଭାଣଜୀ

ମୋହନା(ମିହିରି ଜତି): ଡ୍ୟାମ୍‌ରେ ବୁଡ଼ି ମାଇଁ ଓ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବୁଢ଼ାଡ଼ିହ ଗାଁରେ। ମୃତକଦ୍ୱୟ ହେଲେ ମାଇଁ ଏବନି ମଣ୍ଡଳ ଓ ଭାଣଜୀ ଇସ୍ପାଞ୍ଜଳି ଶବର (୧୦)। ଇସ୍ପାଞ୍ଜଳିଙ୍କ ଘର ହିଡିକମା ଗାଁରେ ହୋଇଥିବା ବେଳେ ଲକ୍‌ଡାଉନ୍‌ ପୂର୍ବରୁ ସେ  ମାମୁ ଘରକୁ ବୁଲିବାକୁ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ମାଇଁ ଏବନିଙ୍କ ସହ ଇସ୍ପାଞ୍ଜଳି ଗାଁ ନିକଟସ୍ଥ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ହେଲେ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ, ଭାଣଜୀ

mohana

ମୋହନା(ମିହିରି ଜତି): ଡ୍ୟାମ୍‌ରେ ବୁଡ଼ି ମାଇଁ ଓ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବୁଢ଼ାଡ଼ିହ ଗାଁରେ। ମୃତକଦ୍ୱୟ ହେଲେ ମାଇଁ ଏବନି ମଣ୍ଡଳ ଓ ଭାଣଜୀ ଇସ୍ପାଞ୍ଜଳି ଶବର (୧୦)। ଇସ୍ପାଞ୍ଜଳିଙ୍କ ଘର ହିଡିକମା ଗାଁରେ ହୋଇଥିବା ବେଳେ ଲକ୍‌ଡାଉନ୍‌ ପୂର୍ବରୁ ସେ  ମାମୁ ଘରକୁ ବୁଲିବାକୁ ଯାଇଥିଲେ।

Advertisment

ଗତକାଲି ସନ୍ଧ୍ୟାରେ ମାଇଁ ଏବନିଙ୍କ ସହ ଇସ୍ପାଞ୍ଜଳି ଗାଁ ନିକଟସ୍ଥ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ହେଲେ ଏହି ସମୟରେ ଇସ୍ପାଞ୍ଜଳିଙ୍କ ଗୋଡ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ଏବନି ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ତେବେ ସେମାନେ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ  ଓ ଗାଁ ଲୋକେ ବହୁ ଖୋଜା ଖୋଜି କରି ତାଙ୍କୁ ପାଇ ନ ଥିଲେ।  ଏନେଇ ଆଜି ସକାଳେ  ପରିବାର ଲୋକେ ପୁଲିସ୍‌କୁ ଜଣାଇଥିଲେ। ଖବର ପାଇ ମୋହନା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨ଟି ମୃତଦେହକୁ ଡ୍ୟାମ୍‌ରୁ ଉଦ୍ଧାର କରିଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି।