ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଦୀଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ୱଶୁର-ବୋହୂଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଶ୍ୱଶୁର ରମାନାଥ ଦାସ ଓ ବୋହୂ ପୁଷ୍ପଲତା ଦାସ।
ବାତ୍ୟା ‘ଅମ୍ଫାନ’ ଭୟରେ ଆଜି ସକାଳେ ରମାନାଥ ତାଙ୍କ ଘର ନିକଟରେ ଥିବା ବିଦ୍ୟୁତ୍ ଷ୍ଟେ ୱେରକୁ ଆଉ ଏକ ତାରରେ ବାନ୍ଧୁଥିଲେ। ଏହି ସମୟରେ ରମାନାଥଙ୍କୁ କରେଣ୍ଟ ମାରିଥିଲା। ଏହାଦେଖି ପୁଷ୍ପଲତା ଦୌଡ଼ି ଯାଇ ତାଙ୍କୁ ବଞ୍ଚାଇବା ପାଇଁ ଧରି ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।