ଉଦଳା: ଦେଓନଦୀରେ ବନ୍ୟା
- Published: Friday, 20 October 2017
- , Updated: 20 October 2017, 09:16 AM IST
<p>ଉଦଳା: ଲଘୁଚାପ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ଉଦଳାର ଦେଓନଦୀ ଉପରେ ଥିବା ଅଦାପାଳ ଅସ୍ଥାୟୀ ପୋଲ ଉପରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହେଉଛି। ପୋଲ ଉପରେ ପ୍ରାୟ ୨ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ଦୁଇ ଦିନ ଧରି ଲଗାଣ ବର୍ଷା ସହ ଉପରମୁଣ୍ଡରେ ବର୍ଷା ଯୋଗୁ ଦେଉନଗରଠାରେ ଜଳ ସ୍ରୋତ ବୃଦ୍ଧି ପାଇଛି। ପୋଲ ଉପରେ ପାଣି ଯୋଗୁ ଉଦଳା-ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଜଳସ୍ରୋତ ଅଧିକ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।</p>
<p>;</p>