Advertisment

ଲତା ଭିତରେ ଲୁଚିଥିଲା ମୃତ୍ୟୁ, ଟଳି ପଡ଼ିଲେ ୨ ହାତୀ

କେନ୍ଦୁଝର (ପ୍ରଣୟ ପାଣି): ଖାଦ୍ୟ ଅନ୍ୱେଷଣରେ ଆସିଥିଲେ ହାତୀ ପଲ। ହେଲେ ସେମାନେ ଜାଣି ନଥିଲେ ଗଛର ଲତା ଭିତରେ ଲୁଚି ରହିଛି ମୃତ୍ୟୁ।  ଲତା ଟାଣି ଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ହାତୀଙ୍କ ଜୀବନ। ଏଭଳି ଘଟଣା ଘଟିଛି କେନ୍ଦୁଝର ସଦର ରେଞ୍ଜରେ। ମୃତ୍ୟୁ ଘଟିଥିବା ହାତୀ ଦୁଇଟି ମାଈ ହାତୀ ବୋଲି ସୂଚନା ମିଳିଛି। ସେମାନଙ୍କ ବୟସ ୨୫ବର୍ଷ ହେବ ବୋଳି ଅନୁମାନ କରାଯାଉଛି।  କେନ୍ଦୁଝର ସଦର ରେଞ୍ଜର […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଲତା ଭିତରେ ଲୁଚିଥିଲା ମୃତ୍ୟୁ, ଟଳି ପଡ଼ିଲେ ୨ ହାତୀ

elephants

କେନ୍ଦୁଝର (ପ୍ରଣୟ ପାଣି): ଖାଦ୍ୟ ଅନ୍ୱେଷଣରେ ଆସିଥିଲେ ହାତୀ ପଲ। ହେଲେ ସେମାନେ ଜାଣି ନଥିଲେ ଗଛର ଲତା ଭିତରେ ଲୁଚି ରହିଛି ମୃତ୍ୟୁ।  ଲତା ଟାଣି ଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ହାତୀଙ୍କ ଜୀବନ। ଏଭଳି ଘଟଣା ଘଟିଛି କେନ୍ଦୁଝର ସଦର ରେଞ୍ଜରେ। ମୃତ୍ୟୁ ଘଟିଥିବା ହାତୀ ଦୁଇଟି ମାଈ ହାତୀ ବୋଲି ସୂଚନା ମିଳିଛି। ସେମାନଙ୍କ ବୟସ ୨୫ବର୍ଷ ହେବ ବୋଳି ଅନୁମାନ କରାଯାଉଛି। 

Advertisment

କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଫାର୍ମ ହାଉସ ରହିଛି। ଏହି ଫାର୍ମ ହାଉସରେ ବିଭିନ୍ନ ଗଛ ଲଗାଯାଇଛି। ହାତୀମାନେ ଏହି ଫାର୍ମହାଉସରେ ଚଳପ୍ରଚଳ କରିଥାନ୍ତି। ଗତକାଲି ରାତିରେ ଏକ ହାତୀ ପଲ ଲତା ଖାଇବାକୁ ଆସିଥିଲେ। ହାତୀ ପଲ ଲତା ଟାଣି ଖାଉଥିବା ବେଳେ ଅଳ୍ପ ଉଚାଣିରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଦୁଇ ମାଈ ହାତୀ ଆସିଯାଇଥିଲେ। ସେମାନଙ୍କ ଶୁଣ୍ଢରେ ବିଦ୍ୟୁତ ତାର ଲାଗି ଯାଇଥିଲା। ଘଟଣାସ୍ଥଳରେ ଦୁଇଟି ମାଈ ହାତୀର ମୃତ୍ୟୁ ଘଟିଥିଲା।

ହାତୀ ଦୁଇଟି ଫାର୍ମ ହାଉସରେ ପଡ଼ିଥିବା  କୃଷି ବିଜ୍ଞାନ କେନ୍ଦ୍ରର ନିକଟରେ ଥିବାଛାତ୍ରୀ ନିବାସର କିଛି ପିଲା ଦେଖିଥିଲେ।  ଏନେଇ ବନ ବିଭାଗକୁ ଫୋନ କରିଥିଲେ।ଖବର ପାଇ କେନ୍ଦୁଝର ରେଞ୍ଜର,ଏସିଏଫ୍‌, ଫରେଷ୍ଟ ଗାର୍ଡ ଓ କିଛି ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେହି ଲାଇନରେ ଯାଇଥିବା  ବିଦ୍ୟୁତକୁକାଟି  ହାତୀ୨ଟିକୁ ସେଠାରୁ ଉଦ୍ଧାର କରିଥିଲେ। ହାତୀ ଦୁଇଟି ଏତେ କଷ୍ଟ ଯନ୍ତ୍ରଣା ପାଇଥିଲେ ଯେ ଘଟଣାସ୍ଥଳରେ ମଳତ୍ୟାଗ କରି ପକାଇଥିଲେ।

Advertisment

 ହାତୀମାନଙ୍କ ସୁରକ୍ଷା ପାଇଁ ଆଇନକୁ କଡ଼ାକଡ଼ି ଯାଉଥିଲେ ମଧ୍ୟ କିଛି ଫଳପଦ ହେଉନାହିଁ। କେଉଁଠି ଶିକାରୀଙ୍କୁ ଗୁଳିରେ ହାତୀମାନଙ୍କ ଜୀବନ ଯାଉଛି ତ ଆଉ କେଉଁଠିଶକ୍ତି ବିଭାଗର ଦାୟିତ୍ୱରେ ଅବହେଳା ଯୋଗୁ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀମାନଙ୍କ ଜୀବନ ଯାଉଛି।