Advertisment

୩ ସାଙ୍ଗ ବାଇକ୍‌ରେ ଘରକୁ ଫେରୁଥିଲେ, ପିଟିଦେଲା ଟ୍ରାକ୍ଟର

ବୀରମିତ୍ରପୁର (ରାକେଶ ସାହୁ): ତିନି ସାଙ୍ଗ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ପିଟିଦେଲା ଟ୍ରାକ୍ଟର। ଘଟଣାସ୍ଥଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ରାଏବଗା ଥାନା ଅନ୍ତର୍ଗତ ଅଣ୍ଡାଳି ଜାମବାହାଲ ପଞ୍ଚାୟତର ଦୁଲପୁର ଗାଁର ୩ ଯୁବକ ଏକ ବାଇକରେ ରାଏବଗାରୁ କୌଣସି କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରାକ୍ଟର ସେମାନଙ୍କୁ ଧକ୍କା […]

ଅଦ୍ୟତନ ହୋଇଛି
୩ ସାଙ୍ଗ ବାଇକ୍‌ରେ ଘରକୁ ଫେରୁଥିଲେ, ପିଟିଦେଲା ଟ୍ରାକ୍ଟର

bike

Advertisment

ବୀରମିତ୍ରପୁର (ରାକେଶ ସାହୁ): ତିନି ସାଙ୍ଗ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ପିଟିଦେଲା ଟ୍ରାକ୍ଟର। ଘଟଣାସ୍ଥଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

Advertisment

ରାଏବଗା ଥାନା ଅନ୍ତର୍ଗତ ଅଣ୍ଡାଳି ଜାମବାହାଲ ପଞ୍ଚାୟତର ଦୁଲପୁର ଗାଁର ୩ ଯୁବକ ଏକ ବାଇକରେ ରାଏବଗାରୁ କୌଣସି କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସଞ୍ଜୁ ରାଜ ଗନ୍ଧା(୨୩) ଓ ସୁରେନ୍ଦ୍ର ସା(୨୮)ଙ୍କର ମୃତ୍ୟୁ ଘଟିଥିଲା ବେଳେ ବସନ୍ତ ରାଜ ଗନ୍ଧା(୧୮) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ରାଏବଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥି ସହ ଦୁର୍ଘଟଣା ଗ୍ରସ୍ତ ବାଇକ ଓ ଧକ୍କା ଦେଇଥିବା ଟ୍ରାକ୍ଟରକୁ ମଧ୍ୟ ପୁଲିସ ଜବତ କରିଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ : ଟ୍ରକ ସହିତ ପିଟି ହେଲେ ୧୨ଟି କାର୍, ଚାଲିଗଲା ୪ ଜୀବନ

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe