Advertisment

ଓଡ଼ିଶା Budget: ୨ଟି ନୂଆ ସରକାରୀ ଇଞ୍ଜିନିୟରିଂ ଓ ୫ଟି ମେଡିକାଲ କଲେଜ ଘୋଷଣା; ଖୋଲିବ ଆଉ ୫ ବର୍ଣ୍ଣ ୟୁନିଟ୍‌

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ମୋଟ ୩ ଲକ୍ଷ ୧୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି।

author-image
Jitendra Garnayak
CM

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ମୋଟ ୩ ଲକ୍ଷ ୧୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି।

Advertisment

ବଜେଟ୍ ଉପସ୍ଥାପନ ବେଳେ ସେ ରାଜ୍ୟରେ ଆଉ ୨ଟି ସରକାରୀ ଇଞ୍ଜିନିୟରିଂ କଲେଜ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ତା’ସହିତ ୫ଟି ନୂଆ ମେଡିକାଲ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

୨ଟି ସରକାରୀ ଇଞ୍ଜିନିୟରିଂ କଲେଜ ମଧ୍ୟରୁ ଗୋଟିଏ ପାରାଦ୍ୱୀପରେ ଓ ଅନ୍ୟଟି ବଲାଙ୍ଗିରରେ ପ୍ରତିଷ୍ଠା କରାଯିବ। ସେହିଭଳି ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

୫ ନୂଆ ମେଡିକାଲ କଲେଜ ମଧ୍ୟରୁ ୩ଟି ଆୟୁର୍ବେଦିକ ମେଡିକାଲ କଲେଜ ଓ ୨ଟି ହୋମିଓପାଥି କଲେଜ। ଗଜପତି, ମାଲକାନଗିରି, ରାୟଗଡ଼ାରେ ଖୋଲିବ ଆୟୁର୍ବେଦିକ ମେଡିକାଲ କଲେଜ। ନୟାଗଡ଼ ଓ ନୂଆପଡ଼ାରେ ହେବ ୨ଟି ହୋମିଓପାଥି କଲେଜ। ଏହି ୫ ନୂଆ ମେଡିକାଲ କଲେଜ ପାଇଁ ୧୪୦ କୋଟିର ବ୍ୟୟବରାଦ କରାଯାଇଛି। 

ସେହିପରି ବଜେଟରେ ୫ଟି ନୂଆ ବର୍ଣ୍ଣ ୟୁନିଟ୍ ଖୋଲିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଏହି ବର୍ଣ୍ଣ ୟୁନିଟ। ୫ଟି ନୂଆ ବର୍ଣ୍ଣ ୟୁନିଟ୍ ପାଇଁ ୨୦୦ କୋଟି ବ୍ୟୟବରାଦ କରାଯାଇଛି। 

ଆଗାମୀ ୨ ବର୍ଷରେ ଡାକ୍ତରୀ ପିଜି ସିଟ୍ ୫୦୦ଟି ବୃଦ୍ଧି କରିବାକୁ ବଜେଟରେ ପ୍ରସ୍ତାବ ରହିଛି। କଟକ SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି ଏବଂ ବ୍ରହ୍ମପୁର MKCG ଓ ବୁର୍ଲା ଭୀମସାର ପାଇଁ ୬୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୩,୧୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ, CHCରେ ୫ ହଜାର ବେଡ୍ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। SCBରେ ୧୮୦୦ IPD ଶଯ୍ୟାର ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା ଆରମ୍ଭ କରାଯିବ। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ୪୨୭୯ କୋଟି ବ୍ୟୟବରାଦ କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ NHM ପାଇଁ ୧୯୫୮ କୋଟି ଟଙ୍କା, ନିରାମୟ ପାଇଁ ୭୮୬ କୋଟି, ନିଦାନ ପାଇଁ ୩୭୧ କୋଟି, ଆମ୍ବୁଲାନ୍ସ ସେବା ପାଇଁ ୧୯୮ କୋଟି, ସ୍ବାସ୍ଥ୍ୟ ସହାୟ ଯୋଜନା ପାଇଁ ୧୮୩ କୋଟି ଓ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୫୦୦୮ କୋଟି ଟଙ୍କା ଘୋଷଣା କରାଯାଇଛି।