/odisha-reporter/media/post_attachments/uploads/2018/08/Bolangir-Medical-College-750x430-1.jpg)
Bolangir-Medical-College-750x430 (1)
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସନ୍ଥକବି ଭୀମ ଭୋଇ ଓ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାଁରେ ରାଜ୍ୟର ଦୁଇ ପ୍ରମୁଖ ସରକାରୀ ମେଡିକାଲ କଲେଜର ନାମକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
Advertisment
ଆଜି ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରିଜଲ୍ୟୁଶନ୍ ପ୍ରକାଶ ପାଇଛି।
ଅଗଷ୍ଟ ୩୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ବଲାଙ୍ଗିର ସରକାରୀ ମେଡିକାଲ କଲେଜର ନାଁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ରଖାଯାଇଥିବାବେଳେ ନବନିର୍ମିତ ବାଲେଶ୍ୱର ମେଡିକାଲ କଲେଜକୁ ଫକୀରମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଭାବେ ନାମିତ ହେବ ବୋଲି ଏଥିରେ କୁହାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
