Advertisment

କୁଜଙ୍ଗ ବ୍ଲକର ୨ଟି ପଞ୍ଚାୟତ ଶଟ୍‌ଡାଉନ୍

ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ସାଇଲୋ ଏବଂ ତାଳଲଡ଼ା ପଞ୍ଚାୟତକୁ  ଆଜିଠାରୁ ଶୁକ୍ରବାର ଯାଏ ଶଟ୍‌ଡାଉନ୍ ଘୋଷଣା କରାଯାଇଛି।  ଏଥିସହ ରାହାମା ବଜାରକୁ ମଧ୍ୟ ଶଟ୍‌ଡାଉନ୍‌ କରାଯାଇଛି। ସାଇଲୋ ପଞ୍ଚାୟତରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ତାଳପଡ଼ାରୁ ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ। ସାଇଲୋ ପଞ୍ଚାୟତରୁ ଚିହ୍ନଟ ଆକ୍ରାନ୍ତ ହାଇଦ୍ରାବାଦରୁ ଫେରି ପ୍ରଶାସନକୁ ନଜଣାଇ ଘରେ ରହିଥିଲେ। ଏନେଇ ସ୍ଥାନୀୟ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
କୁଜଙ୍ଗ ବ୍ଲକର ୨ଟି ପଞ୍ଚାୟତ ଶଟ୍‌ଡାଉନ୍

paradip

ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ସାଇଲୋ ଏବଂ ତାଳଲଡ଼ା ପଞ୍ଚାୟତକୁ  ଆଜିଠାରୁ ଶୁକ୍ରବାର ଯାଏ ଶଟ୍‌ଡାଉନ୍ ଘୋଷଣା କରାଯାଇଛି।  ଏଥିସହ ରାହାମା ବଜାରକୁ ମଧ୍ୟ ଶଟ୍‌ଡାଉନ୍‌ କରାଯାଇଛି।

Advertisment

ସାଇଲୋ ପଞ୍ଚାୟତରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ତାଳପଡ଼ାରୁ ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ। ସାଇଲୋ ପଞ୍ଚାୟତରୁ ଚିହ୍ନଟ ଆକ୍ରାନ୍ତ ହାଇଦ୍ରାବାଦରୁ ଫେରି ପ୍ରଶାସନକୁ ନଜଣାଇ ଘରେ ରହିଥିଲେ। ଏନେଇ ସ୍ଥାନୀୟ ସରପଞ୍ଚ ଜାଣିବା ପରେ ସେମାନଙ୍କୁ  କ୍ୱାରେଣ୍ଟାଇନ୍‌ରେ ରହିବାକୁ କହିଥିଲେ।। ହେଲେ ସେମାନେ ଶୁଣି ନଥିଲେ। ଏହାପରେ ସରପଞ୍ଚ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ୍ ଓ ଜିଲ୍ଲା ପ୍ରଶାସନ ପହଞ୍ଚି ସେମାନଙ୍କ ପରିବାରର ୩ ଜଣଙ୍କୁ କୁଜଙ୍ଗରେ ହୋଇଥିବା ଟିଏମ୍‌ସିରେ ରଖିଥିଲେ। ଆଉ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତକାଲି ବାପଝିଅଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେମାନେ ତଥ୍ୟ ଲୁଚାଇବା ଓ ପ୍ରଶାସନକୁ ଅସହଯୋଗ କରିବା ନେଇ କୋଭିଡ୍ ମାମଲା ରୁଜୁ ହୋଇଛି।