Advertisment

ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଫକଟି ଗାଁ ନିକଟରେ ଥିବା ଏକ ଶାଗୁଆନ ଗଛରୁ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ିନଥିବା ବେଳେ ପୁଲିସ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଫକଟି ଗାଁ ନର୍ତ୍ତମ ନାୟକ ଜଣେ ବିବାହିତ ଯୁବକ। ତାଙ୍କର ତିନି ବର୍ଷର ଶିଶୁ ପୁତ୍ର ରହିଛି। ଗତକାଲି ରାତିରେ ସେ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

hang2

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଫକଟି ଗାଁ ନିକଟରେ ଥିବା ଏକ ଶାଗୁଆନ ଗଛରୁ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ିନଥିବା ବେଳେ ପୁଲିସ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Advertisment

ଫକଟି ଗାଁ ନର୍ତ୍ତମ ନାୟକ ଜଣେ ବିବାହିତ ଯୁବକ। ତାଙ୍କର ତିନି ବର୍ଷର ଶିଶୁ ପୁତ୍ର ରହିଛି। ଗତକାଲି ରାତିରେ ସେ ଘରେ ଶୋଇଥିଲେ। ହଠାତ ତାଙ୍କ ପାଖକୁ ଏକ ଫୋନ୍‌ କଲ ଆସିଲା। ପରେ ସେ ଶୋଇବା ଘରୁ ଉଠି ଚାଲି ଯାଇଥିଲେ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ ଆଜି ସକାଳେ ଗାଁ ପାଖରେ ଥିବା ଏକ ଶାଗୁଆନରେ ନର୍ତ୍ତମ ଓ ଜଣେ ଯୁବତୀ ଗୋଟିଏ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ନର୍ତ୍ତମଙ୍କୁ ମୃତ ଯୁବତୀଙ୍କ ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ତେବେ ଗାଁ ଲୋକଙ୍କଠାରୁ ଖବର ପାଇ ଚନ୍ଦାହାଣ୍ଡି ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଲୋକେ ଆଲୋଚନା କରୁଛନ୍ତି। ତେବେ ଏ ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment