/odisha-reporter/media/post_attachments/uploads/2020/04/fair-4400.jpg)
fair
କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଧାତିକିଆ ଗାଁରେ ବଜ୍ରପାତ ହେବାରୁ ଦୁଇ ବଖରା ଘର ଜଳି ଯାଇଛି। /odisha-reporter/media/post_attachments/wp-content/uploads/2020/04/fair-555000.jpg)
Advertisment
ଗତକାଲି ବିଳମ୍ୱିତ ରାତିରେ ଗାଁର ବୈଦେହୀ ନାଏକଙ୍କ ଘର ଉପରେ ବଜ୍ରପାତ ହୋଇଥିଲା। ଏଥିରେ ତାଙ୍କର ଦୁଇ ବଖରା ଚାଳ ଛପର ଘର ପୋଡ଼ି ଯାଇଥିଲା। ଏଥିସହ ଘରେ ରଖିଥିବା ଏକ ବାଇକ୍ରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେ ରଖିଥିବା ହଂସ ଓ କୁକୁଡ଼ା ବି ନିଆଁରେ ପୋଡ଼ି ଯାଇଛନ୍ତି। ତେବେ ବୈଦେହୀଙ୍କ ପରିବାରର ୩ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
