କେନ୍ଦୁଝର ଜିଲ୍ଲା କାରାଗାରରେ ଦିନକରେ ଘଟିଗଲା ୨ ଟି ଅଘଟଣ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା କାରାଗାରରେ ଦିନକରେ ଏକାଥରେ ଘଟିଗଲା ଦୁଇ ଦୁଇଟି ଅଘଟଣ । ଗତକାଲି ହୃହଘାତରେ ଜଣେ କଏଦୀଙ୍କ ମୃତ୍ୟୁ ପରେ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଉ ଜଣେ କଏଦୀ । ହୃହଘାତରେ ମୃତ କଏଦୀଙ୍କ ନାଁ ବିଦ୍ୟାଧର ଜୁଆଙ୍ଗ । ତେଲକୋଇ ଥାନା ଅଞ୍ଚଳରୁ ହତ୍ୟା ଉଦ୍ୟମ ଅଭିଯୋଗରେ ଜେଲ ଆସିଥିଲେ ବିଦ୍ୟାଧର । ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ହୃଦଘାତରେ ତାଙ୍କ  ମୃତ୍ୟୁ ହୋଇଥିଲା। ଏ ଘଟଣା ପୂର୍ବରୁ […]

jail

Niharika Rout
  • Published: Sunday, 13 September 2020
  • , Updated: 13 September 2020, 10:39 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା କାରାଗାରରେ ଦିନକରେ ଏକାଥରେ ଘଟିଗଲା ଦୁଇ ଦୁଇଟି ଅଘଟଣ । ଗତକାଲି ହୃହଘାତରେ ଜଣେ କଏଦୀଙ୍କ ମୃତ୍ୟୁ ପରେ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଉ ଜଣେ କଏଦୀ ।

ହୃହଘାତରେ ମୃତ କଏଦୀଙ୍କ ନାଁ ବିଦ୍ୟାଧର ଜୁଆଙ୍ଗ । ତେଲକୋଇ ଥାନା ଅଞ୍ଚଳରୁ ହତ୍ୟା ଉଦ୍ୟମ ଅଭିଯୋଗରେ ଜେଲ ଆସିଥିଲେ ବିଦ୍ୟାଧର । ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ହୃଦଘାତରେ ତାଙ୍କ  ମୃତ୍ୟୁ ହୋଇଥିଲା।

ଏ ଘଟଣା ପୂର୍ବରୁ ଉକ୍ତ ଜେଲ୍‌ରେ ଥିବା ଅନ୍ୟ ଜଣେ ବିଚାରାଧୀନ କଏଦୀ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି । ତାଙ୍କ ନାଁ ପଦ୍ମଲୋଚନ ଟୁଡୁ । ସେ ମାନସିକ ଭାରସାମ୍ୟ ହରାଇ ତଣ୍ଟି କାଟିଥିବା କୁହାଯାଉଛି । ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହି ୨ ଘଟଣା ପରେ ଜେଲ୍‌ ଭିତରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯିବା ସହ କଏଦୀଙ୍କ ଉପରେ ଅଧିକ ତିକ୍ଷଣ୍‌ ଦୃଷ୍ଟି ରଖାଯାଇଛି।

Related story