Advertisment

ଅନାଥ ଝିଅକୁ ହାତରୁ ଦି ହାତ କରାଇଲେ ଦୁଇ ଯବାନ

ଯାଜପୁର(ସଞ୍ଜୀବ ନାୟକ): ହିମାଳୟର ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ଜାଗ୍ରତ ପ୍ରହରୀ ହେଉ ଅବା ରାଜସ୍ଥାନର ୫୦ ଡିଗ୍ରୀ ଉତପ୍ତ ତାପମାତ୍ରାରେ ଦେଶ ମାତୃକାର ସେବା। ସବୁବେଳେ ସବୁ ସମୟରେ ବୀରଦର୍ପରେ ନିଜକୁ ଉତ୍ସର୍ଗ କରୁଛନ୍ତି ଭାରତୀୟ ସେନା ଯବାନ। ନିଜ ଜୀବନକୁ ପଛରେ ପକାଇ ଦେଶବାସୀଙ୍କ ସୁରକ୍ଷାର ଢ଼ାଲ ସାଜିଛନ୍ତି। ସେଥିପାଇଁ ତ ଆମେ ନିଶ୍ଚିନ୍ତିରେ ନିଜ ନିଜ ଘରେ ସୁରକ୍ଷିତ ଅଛୁ। ହେଲେ ସାହସୀ ଯବାନ ଖାଲି ସୀମାରେ ଥାଇ ଦେଶ ସେବା କରୁନାହାନ୍ତି ବରଂ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅନାଥ ଝିଅକୁ ହାତରୁ ଦି ହାତ କରାଇଲେ ଦୁଇ ଯବାନ

two jawan

ଯାଜପୁର(ସଞ୍ଜୀବ ନାୟକ): ହିମାଳୟର ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ଜାଗ୍ରତ ପ୍ରହରୀ ହେଉ ଅବା ରାଜସ୍ଥାନର ୫୦ ଡିଗ୍ରୀ ଉତପ୍ତ ତାପମାତ୍ରାରେ ଦେଶ ମାତୃକାର ସେବା। ସବୁବେଳେ ସବୁ ସମୟରେ ବୀରଦର୍ପରେ ନିଜକୁ ଉତ୍ସର୍ଗ କରୁଛନ୍ତି ଭାରତୀୟ ସେନା ଯବାନ। ନିଜ ଜୀବନକୁ ପଛରେ ପକାଇ ଦେଶବାସୀଙ୍କ ସୁରକ୍ଷାର ଢ଼ାଲ ସାଜିଛନ୍ତି। ସେଥିପାଇଁ ତ ଆମେ ନିଶ୍ଚିନ୍ତିରେ ନିଜ ନିଜ ଘରେ ସୁରକ୍ଷିତ ଅଛୁ। ହେଲେ ସାହସୀ ଯବାନ ଖାଲି ସୀମାରେ ଥାଇ ଦେଶ ସେବା କରୁନାହାନ୍ତି ବରଂ ସମାଜରେ ଅସହାୟ ଲୋକଙ୍କ ସାହା ହୋଇଛନ୍ତି। ଏଭଳି ଦୁଇ ଯବାନ ହେଲେ ଚିରଞ୍ଜୀତ ବେହେରା ଓ  ସଂଗ୍ରାମ ନାୟକ।

Advertisment

ଯାଜପୁର ବରୀ ବ୍ଲକ ରମ୍ପା ପଞ୍ଚାୟତ ଆନନ୍ଦପୁର ଗାଁ।  ସଜେଇ ହୋଇଥିଲା ବିବାହ ମଣ୍ଡପ। ଥିଲେ ସମ୍ପର୍କୀୟ ବନ୍ଧୁବାନ୍ଧ। ଧୁମ୍‌ଧାମରେ ଚାଲିଥିଲା ବାହାଘର। ହେଲେ କନ୍ୟାଦାନ କରିବା ପାଇଁ ନା ବାପା ଥିଲେ ନା ବିବାହର ଦାୟିତ୍ୱ ବୁଝିବାକୁ ଘରଲୋକ। କାନ୍ଧରେ କାନ୍ଧ ମିଶାଇ ଅନାଥ ଝିଅର ବିବାହ କରାଇବା ପାଇଁ ଆଗେଇ ଆସିଥିଲେ ସେନାର ଦୁଇ ଯବାନ। ବାପା ମା' ଛେଉଣ୍ଡ ଅନାଥ ଝିଅକୁ ସାହା ହୋଇଥିଲେ ସେହି ଗାଁର ଏସ୍ଏସ୍‌ବି ଯବାନ ଚିରଞ୍ଜୀତ ବେହେରା ଓ ତାଙ୍କ ସହ ନେପାଳ ସୀମାରେ ମୁତୟନ ଥିବା ବିଞ୍ଝାରପୁର ବ୍ଲକ ବାଳମୁକୁଳି ଗାଁର ସଂଗ୍ରାମ ନାୟକ।

ଯାଜପୁର ବରୀ ବ୍ଲକ ରମ୍ପା ପଞ୍ଚାୟତ ଆନନ୍ଦପୁର ଗାଁର ଜଣେ ଅନାଥ ଯୁବତୀଙ୍କର ବିବାହ ଠିକ୍ ହୋଇ ସାରିଥିଲା। ହେଲେ ଅର୍ଥାଭାବରୁ ବାହାଘର ହୋଇ ପାରୁନଥିଲା। ଏ କଥା ଜାଣିବା ପରେ ଯବାନ ଚିରଞ୍ଜୀତ ଓ ସଂଗ୍ରାମ ନାୟକ ଯୁବତୀଙ୍କ ବାହାଘର ଦାୟିତ୍ୱ ନେଇଥିଲେ। ନିଜ ଦରମା ଟଙ୍କାରେ ବାହାଘର କରାଇବା ଲାଗି ଆଗେଇ ଆସିଥିଲେ। ଆଉ ବାହାଘରର ଆୟୋଜନ କରିଥିଲେ। ଭଉଣୀ ବନାଇ ନିଜ ଖର୍ଚ୍ଚରେ କରାଇଥିଲେ ବିବାହ। ପାଣିଗ୍ରହଣ ଓ ଭୋଜିଭାତ ଠାରୁ ଆରମ୍ଭ କରି କନ୍ୟା ବିଦା ଯାଏ ରହି ସବୁ କାମ ତୁଲାଇଲେ ଦୁଇ ଯବାନ। ପରେ ପରେ ଗାଁର ଅନ୍ୟ ଯୁବକମାନେ ସହଯୋଗ କରିଥିଲେ।

Advertisment

ସମସ୍ତଙ୍କ ସହଯୋଗରେ ସଂପୃକ୍ତ ଯୁବତୀଙ୍କର ବିବାହ ବେଶ ଧୁମ୍‌ଧାମରେ ୨୬ ତାରିଖରେ ଶେଷ ହୋଇଛି। ଏହାସହ ସମସ୍ତ ପର୍ବପର୍ବାଣୀରେ ଯୁବତୀଙ୍କ ଶାଶୂଘରେ ପହଞ୍ଚିବେ ବୋଲି ୨ ଯବାନ ପ୍ରତିଶ୍ରୁତି ଦେଇଛନ୍ତି।  ଅନାଥ ଝିଅର ବିବାହ କରାଇ ୨ ଯବାନ ଏବେ ପ୍ରଶଂସାରପାତ୍ର ସାଜିଛନ୍ତି। ଚାରିଆଡୁ ଉଭୟ ଯବାନଙ୍କୁ ପ୍ରଶଂସାର ସୁଅ ଛୁଟିଛି।

Indian Army