Advertisment

ଗଛରେ ପିଟି ହେଲା ଡାଲା ଅଟୋ

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ମକାପଦା ନିକଟରେ ଏକ ଡାଲା ଅଟୋ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେବାରୁ ଦୁଇ ଜଣ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ଡ୍ରାଇଭର ରଞ୍ଜିତ ସ୍ୱାଇଁ ଓ ରୁଦ୍ର ବେଜ। ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳର ନୂଆଗଡ଼ ଗାଁରେ। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଡାଲା ଅଟୋଟି ଆର. ଉଦୟଗିରିରୁ ନୂଆଗଡ଼ ଯାଉଥିବା ବେଳେ ଭାରସାମ୍ୟ […]

author-image
Jyoshna Pradhan
ଗଛରେ ପିଟି ହେଲା ଡାଲା ଅଟୋ

accident

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ମକାପଦା ନିକଟରେ ଏକ ଡାଲା ଅଟୋ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେବାରୁ ଦୁଇ ଜଣ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ଡ୍ରାଇଭର ରଞ୍ଜିତ ସ୍ୱାଇଁ ଓ ରୁଦ୍ର ବେଜ। ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳର ନୂଆଗଡ଼ ଗାଁରେ।

Advertisment

ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଡାଲା ଅଟୋଟି ଆର. ଉଦୟଗିରିରୁ ନୂଆଗଡ଼ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଖବର ପାଇ ଆର. ଉଦୟଗିରି ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୁଇ ଆହତଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ରଞ୍ଜିତଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।