Advertisment

ବାଇକ୍‌-ଲୁନା ମୁହାଁମୁହିଁ ଧକ୍କା

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହାତୀବାରି ରୋଡ୍‌ରେ ଥିବା ସର୍ଭେସ୍‌ରି ଫ୍ୟାକ୍ଟ୍ରି ଆଗରେ ଏକ ବାଇକ୍‌ ଓ ଲୁନା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ଆହତଦ୍ୱୟ ହେଲେ ରାଜେଶ ରାଠୋର ଓ ଅର୍ଜୁନ ମାଝୀ। ରାଜେଶଙ୍କ ଘର ରାଉରକେଲା ସ୍ଥିତ ମାଲଗୋଦମ ଅଞ୍ଚଳରେ।  ଅର୍ଜୁନଙ୍କ ଘର ପୁଟରୀଖମଣ ପଞ୍ଚାୟତର ହରପାଲି ଗାଁରେ। ଗତକାଲି ରାତି ପ୍ରାୟ ୮ଟା ବେଳେ ରାଜେଶ ନିଜର ଲୁନା ଗାଡ଼ିରେ ସାପ୍ତାହିକ […]

ବାଇକ୍‌-ଲୁନା ମୁହାଁମୁହିଁ ଧକ୍କା

accident1

Advertisment

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହାତୀବାରି ରୋଡ୍‌ରେ ଥିବା ସର୍ଭେସ୍‌ରି ଫ୍ୟାକ୍ଟ୍ରି ଆଗରେ ଏକ ବାଇକ୍‌ ଓ ଲୁନା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ଆହତଦ୍ୱୟ ହେଲେ ରାଜେଶ ରାଠୋର ଓ ଅର୍ଜୁନ ମାଝୀ। ରାଜେଶଙ୍କ ଘର ରାଉରକେଲା ସ୍ଥିତ ମାଲଗୋଦମ ଅଞ୍ଚଳରେ।  ଅର୍ଜୁନଙ୍କ ଘର ପୁଟରୀଖମଣ ପଞ୍ଚାୟତର ହରପାଲି ଗାଁରେ।

Advertisment

ଗତକାଲି ରାତି ପ୍ରାୟ ୮ଟା ବେଳେ ରାଜେଶ ନିଜର ଲୁନା ଗାଡ଼ିରେ ସାପ୍ତାହିକ ହାଟରେ ଆଇସ୍‌କ୍ରିମ୍‌ ବିକ୍ରି କରି କୁଆଁରମୁଣ୍ଡା ଆଡ଼କୁ ଆସୁଥିଲେ। ଏହି ସମୟରେ କୁଆଁରମୁଣ୍ଡା ପଟୁ ଆସୁଥିବା ବାଇକ୍‌ଟି ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ବାଇକ୍‌ରେ ଅର୍ଜୁନଙ୍କ ସହିତ ସୁବାଷ ମାଝୀ ଓ ଆକାଶ ମାଝୀ ନାମକ ଆଉ ଦୁଇ ଯୁବକ ବି ବସିଥିଲେ। ଅର୍ଜୁନ ବାଇକ୍ ଚଲାଉଥିଲେ। ଏଥିରେ ସମସ୍ତେ ଆହତ ହୋଇଛନ୍ତି।

ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କୁଆଁରମୁଣ୍ଡା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ରାଜେଶ ଓ ଅର୍ଜୁନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଉରକେଲା ସ୍ଥିତ ଆଇଜିଏଚ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବାଇକ୍‌ ପଛରେ ବସିଥିବା ସୁବାଶ ଓ ଆକାଶ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିଲା।  ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ପୁଲିସ୍‌ ଜବତ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe