ବ୍ରହ୍ମପୁର: ବିସ୍ଫୋରଣରେ ୨ ମୃତ, ୩ ଗୁରୁତର

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୋମବାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗାଁରେ ଘଟିଛି ଏହି ବିସ୍ଫୋରଣ। ଗାଁର ଗୋଟିଏ ଘରେ ଘଟିଛି ଏହି ବିସ୍ଫୋରଣ।

୨ ମୃତକଙ୍କ ମଧ୍ୟରୁ ଜଣଙ୍କର ବିସ୍ଫୋରଣ ସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଗୁରୁତର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମୃତକ ଦ୍ୱୟ କେ. ସନ୍ତୋଷ କୁମାର ଓ ସୂରଜ କୁମାର ବୋଲି ଜଣାପଡ଼ିଛି।

ତେବେ ଘରେ କେମିତି ବିସ୍ଫୋରଣ ହେଲା, ତାହା ଜଣାପଡ଼ିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।