Advertisment

Accident: ସ୍କୁଟି ସହିତ ମୁହାଁମୁହିଁ ଧକ୍କାରେ ୨ ବାଇକ୍‌ ଚାଳକ ମୃତ

ମୃତକ ଦ୍ୱୟ ହେଉଛନ୍ତି ଢେଙ୍କାନାଳ ସଦର ବ୍ଲକ କେଉଟବେରେଣୀ ଗାଁର। ସେମାନେ ବାଇକରେ ଢେଙ୍କାନାଳରୁ କାମାକ୍ଷାନଗର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

Bridge

ଦୁର୍ଘଟଣା ପରେ ସେତୁ ଉପରେ ଲୋକଙ୍କ ଗହଳି

Advertisment

ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ କମଗରା ନିକଟସ୍ଥ ‌ସାରଙ୍ଗଧର ସେତୁ ଉପରେ ରବିବାର ଏକ ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତକ ଦ୍ୱୟ ହେଉଛନ୍ତି ଢେଙ୍କାନାଳ ସଦର ବ୍ଲକ କେଉଟବେରେଣୀ ଗାଁର। ସେମାନେ ବାଇକରେ ଢେଙ୍କାନାଳରୁ କାମାକ୍ଷାନଗର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ସ୍କୁଟିରେ ତିନି ଜଣ ବସିଥିଲେ। 

ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଭାବେ ଆହତ ହୋଇଥିବା ସ୍କୁଟି ଚାଳକଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment

ଏହି ଦୁର୍ଘଟଣା ପରେ ସାରଙ୍ଗଧର ସେତୁ ଉପରେ କିଛି ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe