Advertisment

ବାଇକ୍‌କୁ ପିଟିଲା ଟ୍ରେଲର, ଭାଇଭଉଣୀ ମୃତ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଭଉଣୀ ଓ ଭାଣିଜୀକୁ ବାଇକ୍‌ରେ ନେଇ ଗାଁକୁ ଯାଉଥିଲେ। ହେଲେ ବାଟରେ ପିଟି ଦେଲା ଟ୍ରେଲର। ଫଳରେ ତାଙ୍କ ଜୀବନ ଚାଲିଗଲା। ତାଙ୍କ ଭଉଣୀଙ୍କର ବି ମୃତ୍ୟୁ ଘଟିଲା। ବୁଧବାର ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବସନ୍ତ ବିହାର ଛକରେ। ମୃତ ଭାଇଭଉଣୀ ହେଉଛନ୍ତି ରୂପେଶ ସାହୁ ଓ ଅଞ୍ଜଳି ସାହୁ। ସେମାନଙ୍କ ଘର ଛୁଆଲିବେର୍ଣ୍ଣା ଗାଁରେ। ସୌଭାଗ୍ୟ ବଶତଃ ଅଞ୍ଜଳିଙ୍କ ୪ ମାସର […]

ହାତୀ ଆକ୍ରମଣରେ ଯୁବକ ମୃତ

deadbody

Advertisment

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଭଉଣୀ ଓ ଭାଣିଜୀକୁ ବାଇକ୍‌ରେ ନେଇ ଗାଁକୁ ଯାଉଥିଲେ। ହେଲେ ବାଟରେ ପିଟି ଦେଲା ଟ୍ରେଲର। ଫଳରେ ତାଙ୍କ ଜୀବନ ଚାଲିଗଲା। ତାଙ୍କ ଭଉଣୀଙ୍କର ବି ମୃତ୍ୟୁ ଘଟିଲା। ବୁଧବାର ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବସନ୍ତ ବିହାର ଛକରେ।

Advertisment

ମୃତ ଭାଇଭଉଣୀ ହେଉଛନ୍ତି ରୂପେଶ ସାହୁ ଓ ଅଞ୍ଜଳି ସାହୁ। ସେମାନଙ୍କ ଘର ଛୁଆଲିବେର୍ଣ୍ଣା ଗାଁରେ। ସୌଭାଗ୍ୟ ବଶତଃ ଅଞ୍ଜଳିଙ୍କ ୪ ମାସର ଝିଅ ବଞ୍ଚି ଯାଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ଭଉଣୀ ଅଞ୍ଜଳି ଓ ଭାଣିଜୀଙ୍କୁ ନେଇ ରୂପେଶ ଛୁଆଲିବେର୍ଣ୍ଣା ଯାଉଥିଲେ। ଏହି ସମୟରେ ବଡ଼ମାଲ ବସନ୍ତ ବିହାର ଛକ ନିକଟରେ ସମ୍ବଲପୁର ପଟୁ ସୁନ୍ଦରଗଡ଼ ଆଡ଼କୁ ଦ୍ରୁତଗତିରେ ଯାଉଥିବା ଏକ ଟ୍ରେଲର ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା। ବୁର୍ଲା ବଡ଼ ଡାକ୍ତରଖାନାରେ ଅଞ୍ଜଳିଙ୍କ ଭାଇ ରୂପେଶଙ୍କର ମୃତ୍ୟୁ ଘଟିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe