Advertisment

Accident: ବାହାଘର ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଉଥିଲେ, ପିକ୍‌ଅପ୍‌ ଧକ୍କାରେ ଚାଲିଗଲା ଦାଦା-ପୁତୁରାଙ୍କ ଜୀବନ

ଭଜନଙ୍କ ଝିଆରୀଙ୍କ ବାହାଘର ଠିକ୍ ହୋଇସାରିଥିଲା। ସବୁ ପ୍ରସ୍ତୁତି ମଧ୍ୟରେ ଆଜି ସେ ପୁତୁରା ପାର୍ଥଙ୍କୁ ଧରି ବଲାଙ୍ଗିର ଅଭିମୁଖେ ବାହାରିଥିଲେ କିଛି ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ଦେବା ପାଇଁ।

author-image
Jitendra Garnayak
Accident

ଆଗକୁ ଘରେ ଥିଲା ବିବାହ। ସେଥିପାଇଁ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ ଦାଦା-ପୁତୁରା। ହେଲେ ବାଟରେ ସେମାନଙ୍କୁ ପିଟି ଦେଲା ଏକ ପିକ୍‌ଅପ୍ ଭ୍ୟାନ୍‌। ଚାଲିଗଲା ଉଭୟଙ୍କ ଜୀବନ। ଆଜି ଏହି ଘଟଣାଟି ଘଟିଛି  ବଲାଙ୍ଗିର ଓ ବରଗଡ଼କୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥର ସାଲଭେଟା-ଚେରୁପାଲି ଅଙ୍ଗ ନଦୀ ବ୍ରିଜ୍‌ ଉପରେ। 

Advertisment

ମୃତକ ଦ୍ୱୟ ହେଉଛନ୍ତି, ଭଜନ ବାଗ (୩୭) ଓ ତାଙ୍କ ପୁତୁରା ପାର୍ଥ ବାଗ (୧୫)। ସେମାନଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରେ। 

ଭଜନଙ୍କ ଝିଆରୀଙ୍କ ବାହାଘର ଠିକ୍ ହୋଇସାରିଥିଲା। ସବୁ ପ୍ରସ୍ତୁତି ମଧ୍ୟରେ ଆଜି ସେ ପୁତୁରା ପାର୍ଥଙ୍କୁ ଧରି ବଲାଙ୍ଗିର ଅଭିମୁଖେ ବାହାରିଥିଲେ କିଛି ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ଦେବା ପାଇଁ। ଉଭୟ ବାଇକ୍‌ରେ ବଲାଙ୍ଗିର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଗାଜର ବୋଝେଇ ପିକ୍‌ଅପ୍ ଭ୍ୟାନ୍ ସେମାନଙ୍କୁ ପିଟି ଦେଇଥିଲା।

Advertisment

ପିକ୍‌ଅପ୍‌ ଭ୍ୟାନ୍ ଧକ୍କା ଦେବାମାତ୍ରେ ଛିଟିକି ପଡ଼ିଥିଲେ ଭଜନ ଓ ପାର୍ଥ। ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ପାର୍ଥ। ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହେଉଥିବା ବେଳେ ବରଗଡ଼ ନିକଟରେ ଭଜନଙ୍କ ମୃତ୍ୟୁ ଘଟିଥିଲା। 

ଡୁଙ୍ଗୁରିପାଲି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

ଅନ୍ୟପକ୍ଷରେ ସମ୍ବଲପୁରର ଧନୁପାଲି ଥାନା ନକ୍ସାପାଲି ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ହାଇୱା ପଛରେ କାରଟିଏ ପିଟି ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।