Advertisment

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର

ବରଗଡ଼ (ଓଡ଼ିଶା ରିପୋର୍ଟର): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ସହର ନିକଟସ୍ଥ ପଥର୍ଲା ଛକରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ଜ୍ୟୋତିରଞ୍ଜନ ସାହୁ ଓ ହେମାନନ୍ଦ ପ୍ରଧାନ। ଜ୍ୟୋତିରଞ୍ଜନଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମହଲା ଗାଁରେ। ସେହିପରି ହେମାନନ୍ଦଙ୍କ ଗାଁ ବରଗଡ଼ର ସୋହେଲାର ତୁଷୁରା ଗାଁରେ। ଗୁରୁତର ଆହତ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର

accident

ବରଗଡ଼ (ଓଡ଼ିଶା ରିପୋର୍ଟର): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ସହର ନିକଟସ୍ଥ ପଥର୍ଲା ଛକରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।

Advertisment

ମୃତକମାନେ ହେଲେ ଜ୍ୟୋତିରଞ୍ଜନ ସାହୁ ଓ ହେମାନନ୍ଦ ପ୍ରଧାନ। ଜ୍ୟୋତିରଞ୍ଜନଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମହଲା ଗାଁରେ। ସେହିପରି ହେମାନନ୍ଦଙ୍କ ଗାଁ ବରଗଡ଼ର ସୋହେଲାର ତୁଷୁରା ଗାଁରେ। ଗୁରୁତର ଆହତ ୨ ଜଣ ହେଲେ ସୁନୀଲ ବାଗ ଓ ଧ୍ୟାନଚାନ୍ଦ ଝାଙ୍କର।

ପଦ୍ମପୁରରେ ଫରେଷ୍ଟର ଥିବା ଜ୍ୟୋତିରଞ୍ଜନ ଓ ଧ୍ୟାନଚାନ୍ଦ ଗତକାଲି ରାତିରେ ଗୋଟିଏ ବାଇକ୍‌ରେ ବରଗଡ଼ ଅଭିମୁଖେ ଆସୁଥିଲେ। ସେମାନେ ଏକ ଢାବାରେ ଖାଇବାକୁ ଆସୁଥିଲେ। ଏହି ସମୟରେ ଅନ୍ୟ ଏକ ବାଇକ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଉକ୍ତ ବାଇକ୍‌ରେ ହେମାନନ୍ଦ ପ୍ରଧାନ ଓ ସୁନୀଲ ବାଗ୍ ଥିଲେ।

Advertisment

ଜ୍ୟୋତିରଞ୍ଜନ ଓ ହେମାନନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ବି ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Accident Roadaccident