Advertisment

Accident: ଅଜଣା ଗାଡ଼ି ଧକ୍କାରେ ୨ ମୃତ, ଜଣେ ଆହତ

ମୃତାହତମାନେ ମାର୍ଶାପାଳ ଗାଁର। ତିନି ଜଣ ଯାକ କାମ କରି ଫେରୁଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ  ଧକ୍କା ଦେଇ ଚାଲି ଯାଇଥିଲା।

Dead Body
Advertisment

ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ମାର୍ଶାପାଳ ନିକଟରେ NH20ରେ ବୁଧବାର ଘଟିଛି ଏହି ଘଟଣା।

Advertisment

ମୃତାହତମାନେ ମାର୍ଶାପାଳ ଗାଁର। ତିନି ଜଣ ଯାକ କାମ କରି ଫେରୁଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ  ଧକ୍କା ଦେଇ ଚାଲି ଯାଇଥିଲା। 

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ଆଉ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଘସିପୁରା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଡୁବୁରୀ ଛକରେ ବୁଧବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଯାଜପୁର ଜିଲ୍ଲା କଂଗ୍ରେସ ଉପସଭାପତି ରଞ୍ଜିତ ରାଜ୍‌ଙ୍କ ମୃତ୍ୟୁ ଘଟିଛି। 

ରଞ୍ଜିତ ରାଜ୍‌ଙ୍କ ଘର ସ୍ଥାନୀୟ ବାରାଗାଡ଼ିଆ ଗ୍ରାମରେ। ରଞ୍ଜିତ ଦୀର୍ଘଦିନ ଧରି ସୁକିନ୍ଦା ବ୍ଲକ୍ କଂଗ୍ରେସ ସଭାପତି ରୂପେ କାର୍ଯ୍ୟ କରିଥିଲେ। ନିକଟରେ ତାଙ୍କୁ କଂଗ୍ରେସ ପକ୍ଷରୁ ଯାଜପୁର ଜିଲ୍ଲା ଉପସଭାପତି କରାଯାଇଥିଲା।

ସୂଚନା ମୁତାବକ ଆଜି ଅପରାହ୍ନରେ ରଞ୍ଜିତ ରାଜ୍‌ ଡ଼ୁବୁରୀ ଛକରେ ରାସ୍ତା ପାର ହେଉଥିବା ବେଳେ ଏକ ୧୪ ଚକିଆ ଟ୍ରକ୍‌ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe