Advertisment

ଭୁବନେଶ୍ୱର ଯାଉଥିବା ବେଳେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା, ୨ ମୃତ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଟ୍ରକ୍ ସହ କାରର ମୁହାଁମୁହିଁ ଧକ୍କା। ଚାଲି ଗଲା ଦୁଇ ଜୀବନ। ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ରବିବାର ବିଳମ୍ବିତ ରାତିରେ ଏକ କାରରେ ୪ ଜଣ ବ୍ୟକ୍ତି ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। କୟାକୁଦ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ କାରଟିର ମୁହାଁମୁହିଁ ଧକ୍କା ହୋଇଥିଲା। […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଭୁବନେଶ୍ୱର ଯାଉଥିବା ବେଳେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା, ୨ ମୃତ

Accident

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଟ୍ରକ୍ ସହ କାରର ମୁହାଁମୁହିଁ ଧକ୍କା। ଚାଲି ଗଲା ଦୁଇ ଜୀବନ। ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।

Advertisment

ରବିବାର ବିଳମ୍ବିତ ରାତିରେ ଏକ କାରରେ ୪ ଜଣ ବ୍ୟକ୍ତି ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। କୟାକୁଦ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ କାରଟିର ମୁହାଁମୁହିଁ ଧକ୍କା ହୋଇଥିଲା। କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

[caption id="attachment_661778" align="aligncenter" width="650"]Accident ଦୁର୍ଘଟଣା ସ୍ଥଳରେ କାର୍ ଓ ଟ୍ରକ୍‌[/caption]

Advertisment

କାର ଚାଳକ ଓ ସାମ୍ନାରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପଛରେ ବସିଥିବା ଦୁଇ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି। ମୃତାହତ ମାନେ ରାଉରକେଲାର ଛେଣ୍ଡ୍ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ। ଯୁଯୁମରା ପୁଲିସ୍ ଘଟଣାର ତଦନ୍ତ କରୁଛି।

Accident Roadaccident Bhubaneswar