Advertisment

ଦାଦନ ଖଟିବାକୁ ଯାଇଥିଲେ, ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ

ବୌଦ୍ଧ(ଦୀପକ ଅଦର): ପରିବାର ପ୍ରତିପୋଷଣ ନିମନ୍ତେ ନିଜ ଅଞ୍ଚଳରେ କାମ ମିଳିଲାନି। ତେଣୁ ସୁଦୂର ତାମିଲନାଡୁ ଦାଦାନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ଆଜି ଏକ ସଡ଼କ ଦୁର୍ଘଟଣାର ୨ ଯୁବକଙ୍କ ଜୀବନ ଚାଲିଯାଇଛି। ଯେତେବେଳେ କି ଦୁର୍ଘଟଣାରେ ଅନ୍ୟଜଣେ ଯୁବକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛି। ମୃତକ ଦୁଇଜଣ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିରାଡ଼ ଗାଁର ଅନଙ୍ଗ ପ୍ରଧାନ  ଓ ବିଘୁଆକଟା ଗାଁର ଜୟ ଭୋକ୍ତା। ଗୁରୁତର ଜଣକ ବରଝୁଲି ଗାଁର […]

ଦାଦନ ଖଟିବାକୁ ଯାଇଥିଲେ, ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ

dead-two

Advertisment

ବୌଦ୍ଧ(ଦୀପକ ଅଦର): ପରିବାର ପ୍ରତିପୋଷଣ ନିମନ୍ତେ ନିଜ ଅଞ୍ଚଳରେ କାମ ମିଳିଲାନି। ତେଣୁ ସୁଦୂର ତାମିଲନାଡୁ ଦାଦାନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ଆଜି ଏକ ସଡ଼କ ଦୁର୍ଘଟଣାର ୨ ଯୁବକଙ୍କ ଜୀବନ ଚାଲିଯାଇଛି। ଯେତେବେଳେ କି ଦୁର୍ଘଟଣାରେ ଅନ୍ୟଜଣେ ଯୁବକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛି। ମୃତକ ଦୁଇଜଣ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିରାଡ଼ ଗାଁର ଅନଙ୍ଗ ପ୍ରଧାନ  ଓ ବିଘୁଆକଟା ଗାଁର ଜୟ ଭୋକ୍ତା। ଗୁରୁତର ଜଣକ ବରଝୁଲି ଗାଁର ସାନନ୍ଦ ଭୋଇ। ତାମିଲନାଡୁର ହେମ୍ବମ ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

ଏନେଇ ଖବର ପାଇବା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ମୃତଦେହ ପହଞ୍ଚିବା ଅପେକ୍ଷାରେ ସମସ୍ତ ପରିବାର ଲୋକେ ଲୁହ ଗଡ଼ାଉଛନ୍ତି।

ସୂଚନା ଅନୁଯାୟୀ, ଏହି ତିନି ଜଣ ସାଙ୍ଗ ହୋଇ ପରିବାର ପ୍ରତିପୋଷଣ ନିମନ୍ତେ ତାମିଲନାଡୁ ଯାଇଥିଲେ। ତିନିହେଁ ହେମ୍ବମ ଅଞ୍ଚଳର ଏକ ଘରୋଇ ମାର୍ବଲ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। କମ୍ପାନୀ ପକ୍ଷରୁ ମିନିଟ୍ରକରେ କୌଣସି ଏକ ସ୍ଥାନକୁ ମାର୍ବଲ ଅପଲୋଡ୍ କରିବାକୁ ଯାଉଥିଲେ। ଉକ୍ତ ମିନିଟ୍ରକ୍‌ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତାରେ ଥୁଆ ଯାଇଥିବା ଏକ ଲୁହା ଛଡ଼ ବୋଝେଇ ଟ୍ରକ୍‌କୁ ଏହି ମିନିଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଫଳରେ ମିନିଟ୍ରକ୍‌ ଆଗରେ ବସିଥିବା ଏହି ଯୁବକମାନେ ମୃତାହତ ହୋଇଛନ୍ତି। ଦୁର୍ଘଟଣା ଏତେ ଗମ୍ଭୀର ଥିଲା ଯେ ମୃତାହତଙ୍କ ଶରୀର କ୍ଷତବିକ୍ଷତ ହୋଇପଡ଼ିଛି।

Advertisment

[caption id="attachment_742791" align="aligncenter" width="650"]publive-image ଦୁର୍ଘଟଣା ଗ୍ରସ୍ତ ମିନିଟ୍ରକ୍।[/caption]

ସାନନ୍ଦ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ନେଇ କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଫୋନ ଜରିଆରେ ଜଣାଇଥିଲେ। ଏହି ଦୁର୍ଘଟଣାର ଖବର ଜାଣିବା ପରେ ମୃତକଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଆହତଙ୍କ ନିକଟରେ କିପରି ସାହାଯ୍ୟ ପହଞ୍ଚିବ ସେନେଇ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe