Advertisment

ବାଇକ୍‌ରେ ଯାଉଥିଲେ, ମଝି ରାସ୍ତାରେ ଚାଲିଗଲା ୨ ଜୀବନ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୁଇ ଯୁବକ ବାଇକ୍‌ରେ ବଲାଙ୍ଗିର ଅଭିମୁଖେ ଯାଉଥିଲେ। ହେଲେ ସାମ୍ନାକୁ ଚାଲିଆସିଲା ପିକଅପ ଭ୍ୟାନ। ଆଉ ହେଲା ମୁହାଁମୁହିଁ ଧକ୍କା। ଫଳରେ ରାସ୍ତାରେ ମଝିରେ ଚାଲିଗଲା ୨ ବାଇକ୍ ଆରୋହୀଙ୍କ ଜୀବନ। ଆଜି ବଲାଙ୍ଗିର ଟିଟିଲାଗଡ଼ ଜାତୀୟ ରାଜପଥର ବହଲି ଛକ ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସଇନ୍ତଲା ନିକଟସ୍ଥ ରେଙ୍ଗାଲି ଗାଁର ବୁଲୁ ବିଶି ଓ ବଲାଙ୍ଗିର ସହରର ମନୋଜ ଭୋଇ ବାଇକ୍‌ରେ ଯାଉଥିଲେ। ସେହି ସମୟରେ ବଲାଙ୍ଗିର […]

author-image
Niranjan Mishra
ଅଦ୍ୟତନ ହୋଇଛି
ବାଇକ୍‌ରେ ଯାଉଥିଲେ, ମଝି ରାସ୍ତାରେ ଚାଲିଗଲା ୨ ଜୀବନ

accident

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୁଇ ଯୁବକ ବାଇକ୍‌ରେ ବଲାଙ୍ଗିର ଅଭିମୁଖେ ଯାଉଥିଲେ। ହେଲେ ସାମ୍ନାକୁ ଚାଲିଆସିଲା ପିକଅପ ଭ୍ୟାନ। ଆଉ ହେଲା ମୁହାଁମୁହିଁ ଧକ୍କା। ଫଳରେ ରାସ୍ତାରେ ମଝିରେ ଚାଲିଗଲା ୨ ବାଇକ୍ ଆରୋହୀଙ୍କ ଜୀବନ। ଆଜି ବଲାଙ୍ଗିର ଟିଟିଲାଗଡ଼ ଜାତୀୟ ରାଜପଥର ବହଲି ଛକ ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

ସଇନ୍ତଲା ନିକଟସ୍ଥ ରେଙ୍ଗାଲି ଗାଁର ବୁଲୁ ବିଶି ଓ ବଲାଙ୍ଗିର ସହରର ମନୋଜ ଭୋଇ ବାଇକ୍‌ରେ ଯାଉଥିଲେ। ସେହି ସମୟରେ ବଲାଙ୍ଗିର ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇ ବାଇକ୍ ଅରୋହୀ ଛିଟିକି ପଡ଼ିଥିଲେ। ଜଣେ ବାଇକ ଆରୋହୀ ପିକଅପ ଭ୍ୟାନର କ୍ୟାବିନ ଉପରେ ପଡିଥିବା ବେଳେ ଅନ୍ୟ ଜଣେ ଚକ ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଦୁଇଜଣଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇଛି। ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନର ଡ୍ରାଇଭର ଫେରାର ହୋଇଯାଇଛି। ଦେଓଗାଁ ପୁଲିସ ଘଟଣାର ଅଧିକ ଛାନଭିନ ଜାରି ରଖିଛି।

Advertisment