Advertisment

ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି ୫ ଜୀବନ

ନୂଆପଡ଼ା (ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖର କରୁଣ ଚିତ୍ର ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସପ୍ତାହକ ମଧ୍ୟରେ ୨ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଗନିଆରୀ ଗାଁର ବିଳାସିନୀ ବାଗ୍‌ ଓ ସିନାପାଲି ବ୍ଲକ ମାଲପଡା ଗାଁର ଜିତେନ୍ଦ୍ର ମାଝୀ। ତେବେ ଜିତେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିଥିବା ବେଳେ ଅର୍ଥାଭାବରୁ ବିଳାସିନୀଙ୍କ ମୃତଦେହକୁ ଗାଁକୁ ଆସି ପାରି ନାହିଁ। ଏଥିସହ ବିଳାସିନୀଙ୍କ ପରିବାରର ୫ ଜଣ […]

ଅଦ୍ୟତନ ହୋଇଛି
ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି ୫ ଜୀବନ

nuapada

Advertisment

ନୂଆପଡ଼ା (ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖର କରୁଣ ଚିତ୍ର ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସପ୍ତାହକ ମଧ୍ୟରେ ୨ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଗନିଆରୀ ଗାଁର ବିଳାସିନୀ ବାଗ୍‌ ଓ ସିନାପାଲି ବ୍ଲକ ମାଲପଡା ଗାଁର ଜିତେନ୍ଦ୍ର ମାଝୀ। ତେବେ ଜିତେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିଥିବା ବେଳେ ଅର୍ଥାଭାବରୁ ବିଳାସିନୀଙ୍କ ମୃତଦେହକୁ ଗାଁକୁ ଆସି ପାରି ନାହିଁ। ଏଥିସହ ବିଳାସିନୀଙ୍କ ପରିବାରର ୫ ଜଣ ଇଟାଭାଟି ମାଲିକ ପାଖରେ ବନ୍ଧକ ଅଛନ୍ତି।

Advertisment

୬ ମାସ ତଳେ ବିଳାସିନୀ, ତାଙ୍କ ବର୍ଷକର ପୁଅ, ବାପା, ମାଆ, ଭଉଣୀ ଓ ଭିଣୋଇ ଇଟା ଭାଟିରେ କାମ କରିବାକୁ ସିକନ୍ଦରାବାଦ ଯାଇଥିଲେ। ହେଲେ କିଛି ଦିନ କାମ କଲା ପରେ ବିଳାସିନୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଫେବ୍ରୁଆରୀ ୧୪ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା।  ଅର୍ଥାଭାବରୁ ତାଙ୍କ ମୃତଦେହ ଗାଁକୁ ଆସି ପାରି ନଥିଲା। ତେବେ ତାଙ୍କ ବର୍ଷକର ପୁଅ, ବାପା, ମାଆ, ଭଉଣୀ ଓ ଭିଣୋଇଙ୍କୁ ଇଟାଭାଟି ମାଲିକ ବନ୍ଧକ ରଖିଛି। ସେମାନେ ଅଗ୍ରୀମ ନେଇଥିବା ଟଙ୍କା ଫେରସ୍ତ ନକଲେ ଛାଡ଼ିବ ନାହିଁ ବୋଲି ଇଟାଭାଟି ମାଲିକ ଧମକ ଦେଉଛି। ଏନେଇ ବିଳାସିନୀଙ୍କ ବାପା ତାଙ୍କ ବନ୍ଧୁବାନ୍ଧବଙ୍କୁ ଫୋନ୍‌ ଦ୍ୱାରା ଜଣାଇଛନ୍ତି। ଏ ସମ୍ପର୍କରେ ଖବର ପାଇ ଘଟଣାର ତଦନ୍ତ ସହ ବନ୍ଧକଙ୍କୁ ଉଦ୍ଧାର କରାଯିବ ବୋଲି ଜିଲ୍ଲା ଶ୍ରମ ବିଭାଗ କହିଛି।

ସେହିପରି ଜିତେନ୍ଦ୍ର ମାଝୀ ଗୁଜରାଟରେ କାମ କଲା ବେଳେ ମେସିନରେ ଦୁଇ ହାତ କଟି ଯିବାରୁ ସେଠାରେ ତାଙ୍କର ଫେବ୍ରୁଆରୀ ୧୬ ତାରିଖରେ ମୃତ୍ୟୁ ଘଟିଥିଲା। ଜିତେନ୍ଦ୍ରଙ୍କ ମୃତଦେହ ୧୮ ତାରିଖ ଦିନ ଗାଁକୁ ଫେରିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe