4321
Advertisment
ଜଗତସିଂହପୁର : ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବାକୁ ଯାଇ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଜଗତସିହଂପୁରରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଶ୍ରମିକ ଦୁଇଜଣ ହେଲେ ମଣ୍ଡାସାହି ଗ୍ରାମର ପ୍ରକାଶ ବାରିକ ଓ ମରିଚାପଡ଼ା ଗ୍ରାମର ରାଜୁ ଭୋଇ।
Advertisment
ଆଜି ମଧ୍ୟାହ୍ନରେ ସେମାନେ ସୁଜଙ୍ଗ ଗ୍ରାମର ଜଣେ ବ୍ୟକ୍ତିଙ୍କ ପାଇଖାନା ସେଣ୍ଟ୍ରିଙ୍ଗ ଖୋଲିବା ପାଇଁ ଯାଇଥିଲେ। ସେଣ୍ଟ୍ରିଙ୍ଗ ଖୋଲୁ ଖୋଲୁ ଦୁହେଁ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଛି। ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/4321-3.jpg)